ରାଇରଙ୍ଗପୁର: ଆଜି ଦିନଟି ରାଇରଙ୍ଗପୁର ଏକ ଐତିହାସିକ ଦିନ । ଆଜିର ଦିନରେ ଏନଡିଏ ପ୍ରାର୍ଥିନୀ ରାଇରଙ୍ଗପୁର ମାଟିର ସୁକନ୍ୟା ଦ୍ରୌପଦୀ ମୁର୍ମୁ ଦିଲ୍ଲୀରେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ହା, ବିଜେଡିର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
ତେବେ ଦିଲ୍ଲୀରେ ଶ୍ରୀମତୀ ମୁର୍ମୁ ନାନଙ୍କନ ପତ୍ର ଦାଖଲ କରୁଥିବା ବେଳେ ତାଙ୍କ ରାଇରଙ୍ଗପୁରସ୍ଥିତ ମହୁଲଡ଼ିହା ଭବନ ସମ୍ମୁଖରେ ଜାତି ଦଳ ନିର୍ବିଶେଷରେ ହଜାର ହଜାର ଶୁଭେଛୁ ଛୁଟି ଆସି ନୃତ୍ୟ, ଆତଶବାଜୀମିଷ୍ଟାନ୍ନ ବଣ୍ଟନ, କେକ ବଣ୍ଟନ, ପରସ୍ପରକୁ ଆଲିଙ୍ଗନ କରିବାର ନିଆରା ଦୃଶ୍ୟ ଦେଖିବାକୁ ମିଳୁଥିଲା । ଦ୍ରୌପଦୀ ମୁର୍ମୁଙ୍କ ଘର ପାର୍ଶ୍ଵ ଦେଇ ଯାଇଥିବା ରାଞ୍ଚି-ବିଜୟବାଡା ୨୨୦ ନମ୍ବର ଜାତୀୟ ରାଜପଥ ଏକ ରକମର ଗହଳିପୂର୍ଣ୍ଣ ହୋଇ ଉଠିଥିଲା। ରାଇରଙ୍ଗପୁର ଟାଉନ ଥାନା ପୁଲିସକୁ ଗହଳି କମାଇବାକୁ ନାକେଦମ ହେବାକୁ ପଡ଼ିଥିଲା । ଆଦିବାସୀ ଲୋକେ ତାଙ୍କ ନିଜ ପାରଂପାରିକ ବେଶଭୂଷାରେ ଢୋଲ, ବାଜା, ମାଦଳରେ ଉତ୍ସବ ମୁଖର କରି ଦେଇଥିଲେ ସମଗ୍ର ରାଇରଙ୍ଗପୁର ସହରକୁ। ଚାରିଆଡେ ଆନନ୍ଦ ଓ ଖୁସିର ହାସଲ ଦେଖିବାକୁ ମିଳିଥିଲା ।
/sambad/media/post_attachments/wp-content/uploads/2022/06/33819d31-dc4c-4cbc-beea-c5da8000b5df.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/a1dfc0d8-3c2c-4110-8817-25d748247827.jpg)