ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଭୁବନେଶ୍ବରରେ ଥିବା ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ପାଳିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ଦେବୀ ମିଶ୍ର, ସଞ୍ଜୟ ଦାସବର୍ମା, ଅଶୋକ ପଣ୍ଡା, ପ୍ରସନ୍ନ ପାଟଶାଣୀଙ୍କ ସମେତ ବହୁ ବିଧାୟକ ଯୋଗ ଦେଇଥିଲେ।

Advertisment

publive-image

ଠିକ୍ ସେହିପରି ଫରେଷ୍ଟ ପାର୍କ ପରିସରରେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୋଜନା ବୋର୍ଡ ଉପାଧ୍ୟାକ୍ଷ ସଂଜୟ ଦାସ ବର୍ମା, ମନ୍ତ୍ରୀ ଅଶୋକ ପଣ୍ଡା, ବରିଷ୍ଠ ବିଧାୟକ ଦେବୀ ମିଶ୍ର ଓ ଅରୂପ ପଟ୍ଟନାୟକ ପ୍ରମୁଖ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି।

ଏହି ଅବସରରେ ସଞ୍ଜୟ ଦାସ ବର୍ମା ଉଦବୋଧନ ଦେଇ କହିଛନ୍ତି, ବିଜୁ ବାବୁ କଳିଙ୍ଗ ଖାରବେଳ କଥା କହୁଥିଲେ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଆଙ୍କ ପାଇଁ ଲଢୁଥିଲେ। ତାଙ୍କର ନୀତି ଓ କାର୍ଯ୍ୟ ଯଦି ଉତ୍ତର ପୀଢି କାମରେ ଲଗାଇବ ତାହେଲେ, ତାହା ହେବ ତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ଆଜିର ଯୁବପୀଢ଼ି ବିଜୁ ବାବୁଙ୍କ ଆଦର୍ଶ ଓ ବିଚାରରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ସହ ବିଜୁ ବାବୁଙ୍କ ଜୀବନ ଶୈଳୀକୁ ଅନୁସରଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।