ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ମହିଳା ଉଦ୍ୟୋଗୀ ପରିଷଦ (ଆଇଡ଼ବ୍ଲୁଇସି) ପକ୍ଷରୁ ଜନତା ମଇଦାନରେ ଆୟୋଜିତ ଭାରତର ପ୍ରଥମ ମହିଳା ବିଜ୍ନେସ୍ ମେଳା ସଫଳତା ହାସଲ କରି ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଛି । କେବଳ ସଫଳତା ହାସଲ କରିଛି ତାହା ନୁହେଁ, ଓଡ଼ିଶାର ମହିଳା ଉଦ୍ୟୋଗୀଙ୍କ ଏହି ନିଆରା କାର୍ଯ୍ୟକ୍ରମ ଦେଶବିଦେଶରେ ପହଞ୍ଚି ପାରିଛି । ଓଡ଼ିଶାରେ ଏହାର ସଫଳତା ପରେ ଜାତୀୟ ସ୍ତରରେ ପାଦ ଥାପିବାକୁ ଯାଉଛି ମହିଳା ଉଦ୍ୟୋଗୀ ପରିଷଦ । ଏହି ଜାତୀୟସ୍ତରର ସଂଗଠନର ନାମ ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନଡବ୍ଳ୍ୟୁଇସି) ରହିବ। ଏଣିକି ଆଇଡ଼ବ୍ଲୁଇସି,ଓଡ଼ିଶା ଆଇଏନଡବ୍ଳ୍ୟୁଇସି ନାମରେ କାର୍ଯ୍ୟ କରିବ। ଏହି ସଂଗଠନ ଓଡ଼ିଶା ମଡ଼େଲ୍ ଉପରେ ଆଧାର କରି ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଜାତୀୟ ଇକୋସିଷ୍ଟମ ବିକାଶ କରିବ । ଆସନ୍ତା କିଛି ମାସ ମଧ୍ୟରେ ମୁମ୍ବାଇ, ଦିଲ୍ଲୀ, କୋଲକାତା, ପୁଣେ ଏବଂ ବେଙ୍ଗାଲୁରୁରେ ବିଭିନ୍ନ ଜାତୀୟ ଚାପ୍ଟର ଆରମ୍ଭ କରିବା ନେଇ ସୂଚନା ଦେଇଛନ୍ତି ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକୀର୍ତ୍ତି ପଟ୍ଟନାୟକ ।
/sambad/media/post_attachments/wp-content/uploads/2022/05/inwec-300x300.jpg)
ସେ କହିଛନ୍ତି ମହଳା ବିଜ୍ନେସ୍ ମେଳାର ମହିଳା ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୫୦ ଷ୍ଟଲକୁ ପ୍ରାୟ ୧ ଲକ୍ଷ ଦର୍ଶକ ବୁଲି ଦେଖିଥିଲେ । ଏହି ମେଳା ଟ୍ୱିଇଟରରେ ୩ ନଂ ସ୍ଥାନରେ ଟ୍ରେଣ୍ଡ୍ କରୁଥିଲା । ଏଥିରେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ, ଅଭନେତ୍ରୀ ଲାରା ଦତ୍ତା ଓ ବଲିଉଡ଼୍ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ଏବଂ ମହିଳା ସଦସ୍ୟଙ୍କ ଯୋଗଦାନ ମେଳାର ପରିଚୟ ଆହୁରି ଉପରକୁ ନେଇଯାଇଛିି । କେବଳ ସେତିକି ନୁହେଁ, ରାଜନେତା, ବିଧାୟକ, କର୍ପୋରେଟ୍ ହାଉସ୍ ଏବଂ ପ୍ରଶାସନିକ ଅଧିକାରୀ ଯୋଗଦାନ କରିଥିଲେ । ସବୁଠୁ ବଡ଼ କଥା ହେଲା ଏହି ୫ ଦିନିଆ ମେଳାରେ ୪.୫୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଏହା ସହ ଆର୍ଥିକ ବର୍ଷରେ ୧୨ କୋଟି ଟଙ୍କା ସମ୍ଭାବନା ଥିବା ନୂତନ ବ୍ୟବସାୟ ସୁଯୋଗ ଆଣିଦେଇଛି । ଏହି ମେଳା ଦ୍ୱାରା ରାଜ୍ୟର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜର ବ୍ୟବସାୟକୁ ପ୍ରଶସ୍ତିକରଣ କରିବା ସହ ବିଭିନ୍ନ ସଂସ୍ଥାମାନଙ୍କ ଦ୍ୱାରା ବାଣିଜ୍ୟସ୍ତରରେ ଯୋଡ଼ି ହୋଇପାରିଛନ୍ତି । ମେଳା ଶେଷ ହେବା ପୂର୍ବରୁ ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି ।
/sambad/media/post_attachments/wp-content/uploads/2022/05/PROG.jpg)
ଆସନ୍ତା ଜୁନ୍ ମାସରେ ମହିଳା ଉଦ୍ୟୋଗୀ ପରିଷଦରେ ଆଉ ୧୦୦ ମହିଳା ଉଦ୍ୟୋଗୀ ସାମିଲ ହେବେ, ଯାହା ଆମର ଶକ୍ତି ଅଧିକ ବଢାଇ ଦେବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଆଇ.ସି.ସି ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି ପାଣି, ସହ-ଅଧ୍ୟକ୍ଷ ଏମ୍.କେ ଗୁପ୍ତା ଓ ସହ-ଆବାହକ ତନୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/meeting.jpg)