ମୟୂରଭଞ୍ଜ ସରକାରୀ ପଲିଟେକନିକ୍‌ରେ ପ୍ରତିଷ୍ଠା ହେବ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ବର : ମୟୂରଭଞ୍ଜସ୍ଥିତ ସରକାରୀ ପଲିଟେକନିକ୍‌ରେ ଆଡଭାନ୍ସ ମେକାଟ୍ରୋନିକ୍ସରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯିବ। ପ୍ରାୟ ୪.୧୮କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ। ୬ମାସ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ। ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଓ ଫେ‌େଷ୍ଟା ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଚୁକ୍ତିନାମାରେ ବୈଷୟିକ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ ରେଘୁ ଜି ଓ ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ଡିଡାକ୍ଟିକ୍ ମୁଖ୍ୟ ହରିଶ ନଚନାନି ସ୍ବାକ୍ଷର କରିଛନ୍ତି। ବିଭିନ୍ନ ଉତ୍ପାଦ ତଥା ପ୍ରକ୍ରିୟାକରଣ ଡିଜାଇନ୍‌ରେ ଇଲେକ୍ଟ୍ରିକାଲ ଓ ମେକାନିକାଲ ଇଞ୍ଜିନିୟରିଂ, ରୋବୋଟିକ୍ସ, କମ୍ପ୍ୟୁଟେସନାଲ ହାର୍ଡୱେୟାର ଏବଂ ସଫ୍ଟୱେୟାର ସମନ୍ବିତ ଯାନ୍ତ୍ରିକ ବିଦ୍ୟାକୁ ମେକାଟ୍ରୋନିକ୍ସ କୁହାଯାଏ। ଇଞ୍ଜିନିୟରିଂ ଶିକ୍ଷା ତଥା ଆଧୁନିକ ଶିଳ୍ପ ଆବଶ୍ୟକତା, ଉତ୍ତମ ଧନ୍ଦାମୂଳକ ଶିକ୍ଷା ପ୍ରଶିକ୍ଷଣ, ଯନ୍ତ୍ରପାତିର ଉନ୍ନତି, ଗବେଷଣାଗାର ତଥା ପ୍ରଶିକ୍ଷକମାନଙ୍କର ଦକ୍ଷତା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ମେକାଟ୍ରୋନିକ୍ସ ଉତ୍କର୍ଷ କେନ୍ଦ୍ର ଆରମ୍ଭ ହେବ। ଏଥିପାଇଁ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପକ୍ଷରୁ ବେରୋଜଗାର ଯୁବକଯୁବତୀଙ୍କ ଦକ୍ଷତାକୁ ମଧ୍ୟ ବୃଦ୍ଧି କରାଇବ। ନିକଟସ୍ଥ ଇଞ୍ଜିନିୟରିଂ କଲେଜ ଏବଂ ପଲିଟେକନିକ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ସ୍ବଳ୍ପକାଳୀନ ତାଲିମ ଦ୍ବାରା ଉପକୃତ ହେବେ। ଯାହା ଫେଷ୍ଟୋ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ବୈଷୟିକ ବିଶେଷଜ୍ଞଙ୍କ ଦ୍ବାରା ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର