ଭୁବନେଶ୍ୱର : ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ଚାଷୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେଣି। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ କେନ୍ଦ୍ର ଆଡକୁ ଠେଲି ଦେଇଥିଲେ। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ ସାମ୍ନାକୁ ଆସି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି।
ଉଭୟଙ୍କ ଆଲୋଚନା ଆଧାରରେ ଚଳିତ ଖରିଫ ଋତୁ ସମୟରେ ଓଡିଶାର ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଣରେ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ମାଣ୍ଡଭିୟ ପ୍ରତିଶ୍ରୁତି ଦେଇଥିବା ନେଇ ଟ୍ବିଟ୍ କରିଛନ୍ତି।
ଶ୍ରୀ ପ୍ରଧାନ ଆଜି ଟ୍ବିଟ୍ କରି କହିଛନ୍ତି ଯେ ରାଜ୍ୟରେ ୟୁରିଆ ସାରର ଅଭାବ ନେଇ ବିଭିନ୍ନ ମହଲରୁ ଅଭିଯୋଗ ହେବା ପରେ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଏ ନେଇ ତାଙ୍କୁ ଅବଗତ କରିଥିଲେ। ଏହା ପରେ ସେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭିୟଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଏପଟେ ରାଜ୍ୟ ସରକାର ମଧ୍ୟ ଏ ସଂକ୍ରାନ୍ତରେ କହିଛନ୍ତି ଯେ ଚାଷୀଙ୍କୁ ପର୍ଯ୍ୟାପ୍ତ ୟୁରିଆ ଯୋଗାଣ ଲାଗି ପଦକ୍ଷେପ ନିଆଯାଇଛି। ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ସଂପ୍ରତି କୋଭିଡ୍-୧୯ ସ୍ଥିତିରେ ରାଜ୍ୟ ତଥା ଦେଶରେ ମାର୍ଚ୍ଚ ମାସଠାରୁ ବିଭିନ୍ନ ପର୍ଯ୍ୟାୟ ଲକଡ୍।ଉନ ଓ ସଟ୍ଡାଉନ ଜାରି ରହିଛି। ଏଣୁ ଖରିଫ୍ ଚାଷ ନିମନ୍ତେ ଆବଶ୍ୟକ ପରିମାଣର ୟୁରିଆ ସାର ଉତ୍ପାଦନ ଓ ପରିବହନ ଆଦି ବାଧାପ୍ରାପ୍ତ ହୋଇଥିଲା। ବର୍ତମାନ ଆବଶ୍ୟକତା ଅନୁଯାୟୀ ଅଧିକ ୟୁରିଆ ସାର ଯୋଗାଣ ଦିଗରେ ପଦକ୍ଷେପ ନିଆଯାଇଛି ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତବର୍ଷ ଅଦ୍ୟାବଧି ୩୦ଟି ଜିଲ୍ଲାର ୨୦୮୧ଟି ପ୍ୟାକସ୍/ଲ୍ୟାମ୍ପସକୁ ୧ ଲକ୍ଷ ୧୭ ହଜାର ୫୫୦ ମେଟି୍ରକ ଟନ ୟୁରିଆ ସାର ଯୋଗାଇ ଦିଆଯାଇଛି ବୋଲି ମାର୍କଫେଡ ସୂତ୍ରରୁ ପ୍ରକାଶ। ଗତବର୍ଷ ଅଗଷ୍ଟ ୩୧ ତାରିଖ ସୁଦ୍ଧା ୧ ଲକ୍ଷ ୪୨ ହଜାର ୫୩୭ ମେଟ୍ରିକ୍ ଟନ୍ ଓ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧ ଲକ୍ଷ ୬୭ ହଜାର ୮୪୪ ମେଟି୍ରକ୍ ଯନ୍ ୟୁରିଆ ସାର ମାର୍କଫେଡ଼କୁ ଯୋଗାଇ ଦିଆଯାଇଥିଲା । ଅଗଷ୍ଟ ମାସରେ ଖରିଫ ନିମନ୍ତେ ଅଧିକ ୟୁରିଆ ସାର ଆବଶ୍ୟକ ପଡୁଥିବା ଦୃଷ୍ଟିରୁ ପର୍ଯ୍ୟାପ୍ତ ରେଲେୱ ର୍ୟାକ୍ ଯୋଗାଣ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ମାର୍କଫେଡ ପକ୍ଷରୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/urea-1.jpg)