ଭୁବନେଶ୍ବର : ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିଠିର ଜବାବ୍ ଦେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି। ଏହାପରେ ବିଧାନସଭା ପକ୍ଷରୁ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ ତଥ୍ୟ ଦେବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2019/06/surya-narayan-patra.jpg)
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏନେଇ କହିଛନ୍ତି ଯେ, ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ସେ ଯେଉଁ ଚିଠି ପଠାଇଥିଲେ ତାହା ଆଧାରରେ କେନ୍ଦ୍ରରୁ ଏକ ଚିଠି ଆସିଥିବାବେଳେ ଏଥିରେ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗକୁ କେତେକ ସ୍ପଷ୍ଟୀକରଣ ମଗାଯାଇଛି। କେନ୍ଦ୍ର ସରକାର ଯାହା ମାଗିଛନ୍ତି ତା’ର ଉତ୍ତର ସଂସଦୀୟ ବ୍ୟାପାର ବିଭାଗ ଦେବ। ଏହାସହିତ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ ସଂକଳ୍ପକୁ କେନ୍ଦ୍ର ସରକାର ପାଇଥିବା ଏଥିରୁ ସ୍ପଷ୍ଟ ହୋଇଛି। କାରଣ କେନ୍ଦ୍ର ସରକାର ଏହି ସଂକଳ୍ପ ପାଇଥିବାରୁ ହିଁ ପରିଷଦ ଗଠନକୁ ନେଇ ଆଉ କେତେକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ବୋଲି ବାଚସ୍ପତି କହିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ପାରିତ କୌଣସି ସଂକଳ୍ପ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ଫେବ୍ରୁଆରି ୧୨ରେ ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ କହିବା ପରେ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ବାଚସ୍ପତି ଫେବ୍ରୁଆରି ୧୫ରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ଲୋକସଭା, ରାଜ୍ୟସଭାକୁ ସମସ୍ତ ପ୍ରମାଣ ସହ ଚିଠି ଲେଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/assembly-f.jpg)