ଜମନକିରା: ‘କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଅନ୍ୟାୟ କରୁଛନ୍ତି କେନ୍ଦ୍ର ସରକାର। ବାରମ୍ବାର ନିବେଦନ ସତ୍ତ୍ବେ ୧୮% ଜିଏସ୍ଟି ପ୍ରତ୍ୟାହାର କରାଯାଉନାହିଁ। ଆପଣମାନେ ଯେଉଁ ସାଂସଦଙ୍କୁ ଭୋଟ୍ଦେଇ ଦିଲ୍ଲୀ ପଠାଇଥିଲେ, ସେମାନେ ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି।’ ଏହିଭଳି ଅଭିଯୋଗ ସହିତ କେନ୍ଦୁପତ୍ର ତୋଳାଳିଙ୍କ ସ୍ବର ଦିଲ୍ଲୀ ଦରବାରରେ ଉଠାଇବା ପାଇଁ ବିଜେଡିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ଆଜି ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜମନକିରାରେ ଆୟୋଜିତ ଜନସମ୍ପର୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ଶ୍ରୀ ଦାସ। ମା’ ସମଲେଶ୍ବରୀଙ୍କ ଫଟୋରେ ପୂଜାର୍ଚ୍ଚନା ସହିତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆ, ରାଜ୍ୟ ସରକାରଙ୍କ ବିକାଶଧାରାକୁ ଆଗେଇ ନେବାପାଇଁ କହିଥିଲେ। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ବିଷୟରେ କହିଥିଲେ।
କେନ୍ଦୁପତ୍ର ତୋଳାଳିଙ୍କ ପ୍ରତି ଅନ୍ୟାୟ କରୁଛି କେନ୍ଦ୍ର: ପ୍ରଣବ
୧୮%ର ଜିଏସ୍ଟି ପ୍ରତ୍ୟାହାର କରୁନି, ନିର୍ବାଚନ ପ୍ରଚାର ବେଳେ ଟାର୍ଗେଟ୍ କଲେ
/sambad/media/post_attachments/wp-content/uploads/2024/04/hffhkhkhkhkhk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)