ମୁଖ୍ୟ ସଚିବଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ପରିସ୍ଥିତିର ଅନୁଧ୍ୟାନ କଲେ

ଭୁବନେଶ୍ବର: ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ସହ ସାଧାରଣ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ଏହା ପରେ ଆଜି ଶ୍ରୀ ପ୍ରଧାନ ବାତ୍ୟାଞ୍ଚଳ ଲୋକଙ୍କ ପ୍ରୁମଖ ଦାବିଗୁଡ଼ିକ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ। ଘର ଭଙ୍ଗା, ଫସଲ ନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ ପୂର୍ବ ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକରେ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ହୋଇଥିଲା। ତେଣୁ କ୍ଷତିପୂରଣ ତୁରନ୍ତ ପହଞ୍ଚାଇବାକୁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବା ସେହି ଅଞ୍ଚଳର ଲୋକଙ୍କ ପ୍ରମୁଖ ଦାବି ବୋଲି ଶ୍ରୀ ପ୍ରଧାନ ମୁଖ୍ୟ ସଚିବଙ୍କୁ ଜଣାଇଥିଲେ। ଆଜି ଶ୍ରୀ ପ୍ରଧାନ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର ଫନି ପ୍ରଭାବିତ ଅଞ୍ଚଳ ଗସ୍ତ କରି ସାଧାରଣ ଲୋକ ଓ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ସହ କଥା ହୋଇଥିଲେ। ଏହି ଅସମୟରେ ଧୈର୍ଯ୍ୟର ସହ ଏକାଠି ହୋଇ କାମ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର