କେନ୍ଦ୍ର ଅସନ୍ତୁଷ୍ଟ, ଆଇଏଏସ୍‍ ପଠାଉନି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟ ସରକାର କେନ୍ଦ୍ରକୁ ଆବଶ୍ୟକ ସଂଖ୍ୟକ ଆଇଏଏସ୍‍ ଅଫିସର ଡେପୁଟେସନରେ ପଠାଉନଥିବାରୁ େକନ୍ଦ୍ର ସରକାର ଏଥିେନଇ ଅସନ୍ତୋଷ ପ୍ରକଟ କରିଛନ୍ତି। ଓଡ଼ିଶା କ୍ୟାଡରରୁ ଅତି କମ୍େ‍ର ୫୨ଜଣ ଆଇଏଏସ୍‍ ଡେପୁଟେସନରେ ଯିବା କଥା। ବର୍ତ୍ତମାନ ସୁଦ୍ଧା ମାତ୍ର ୨୨ଜଣ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ରାଜ୍ୟ ସରକାର ଗତ ତିନିବର୍ଷ ମଧ୍ୟରେ ଓଡିଶାରୁ ୬ଜଣ ଆଇଏଏସ୍‍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇଛନ୍ତି । ତେଣୁ ବର୍ଷକୁ ହାରାହାରି ଦୁଇଜଣ ଆଇଏଏସ୍‍ଙ୍କୁ କେନ୍ଦ୍ରକୁ ଯିବାକୁ ଅନୁମତି ମିଳୁଥିବାରୁ ଏହାଦ୍ୱାରା କେନ୍ଦ୍ରୀୟ ଡେପୁଟେସନ ରିଜର୍ଭ (ସିଡିଆର) ର ସଦୁପଯୋଗ ହୋଇପାରୁ ନାହିଁ। ରାଜ୍ୟ ସରକାର କେନ୍ଦ୍ରକୁ ଆଇଏଏସ୍‍ ଅଫିସର ପଠାଇବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ଫଳରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଓଡିଶା କ୍ୟାଡର ଆଇଏଏସ୍‍ ଅଫିସରଙ୍କ ସଂଖ୍ୟା ନାହିଁ କହିଲେ ଚଳେ। ଏହି ଘଟଣାକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ୱର ସହ ବିଚାର କରାଯାଇଛି । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‍ସନ ମନ୍ତ୍ରାଳୟ ସଚିବ ସି.ଚନ୍ଦ୍ରମଉଳି ନିକଟରେ କେନ୍ଦ୍ରୀୟ ପ୍ରଶାସନିକ ବ୍ୟବସ୍ଥାରେ ଆବଶ୍ୟକ ପଡୁଥିବା ଆଇଏଏସ୍‍ ଅଫିସରଙ୍କ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ତାହାର ସମୀକ୍ଷା କରିଛନ୍ତି ।

ଏହି ସମୀକ୍ଷାରୁ ଜଣାଯାଇଛି, ଓଡିଶାର ଆଇଏଏସ୍ ଅଫିସରଙ୍କ କେନ୍ଦ୍ରରେ ଉପସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ। ଏହାକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇ ଭବିଷ୍ୟତରେ ଯେଭଳି ଓଡ଼ିଶା କ୍ୟାଡରରୁ ଅଧିକ ଆଇଏଏସ୍‍ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଆସିବେ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି। ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ ଯଦି ରାଜ୍ୟ ସରକାର ତାଙ୍କ ନୀତିରେ ସଂଶୋଧନ ନକରି କେନ୍ଦ୍ରକୁ ଅଧିକ ସଂଖ୍ୟାରେ ଆଇଏଏସ୍‍ ଅଫିସର ନପଠାଇବେ ତେବେ ଓଡିଶାକୁ ପ୍ରତିବର୍ଷ ମଞ୍ଜୁର ହେଉଥିବା ଆଇଏଏସ୍‍ଙ୍କ ସଂଖ୍ୟା କମିଯାଇପାରେ। କେବଳ ସେତିକି ନୁହେଁ, କେନ୍ଦ୍ର ସରକାରରେ ନୀତି ପ୍ରଣୟନ କ୍ଷେତ୍େର ଓଡ଼ିଶା ଆଇଏଏସ୍‍ ଅଫିସରଙ୍କର ଯୋଗଦାନ ବିଶେଷ ଭାବରେ ରହୁନାହିଁ । କେନ୍ଦ୍ରୀୟ ଯୋଜନା ପ୍ରଣୟନରେ ରାଜ୍ୟର ଆଇଏଏସ୍‍ ଅଫିସର ମାନେ ବି ବିଶେଷ ଅଭିଜ୍ଞତା ହାସଲ କରିପାରୁ ନାହାନ୍ତି।

ସମ୍ବନ୍ଧିତ ଖବର