ଭୁବନେଶ୍ବର : କିଟ୍ ସ୍କୁଲ ଅଫ୍ ବାୟୋଟେକ୍ନୋଲୋଜିକୁ ଉତ୍କର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ସଲେନ୍ସ)ରେ ପରିଣତ କରାଯିବ। ଏଥିପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ୨କୋଟି ଟଙ୍କା ଦେବ। ଏଠାରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ସହ ଇନକ୍ୟୁବେସନ୍ ସେଣ୍ଟରର ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବ। ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଗବେଷଣା ଓ ବିକାଶ ସୁବିଧା ସାଙ୍ଗକୁ ଭିତ୍ତିଭୂମି ବିକାଶ ଓ କାରିଗରୀ ସମୁନ୍ନତି ଉପରେ ପ୍ରାଧାନ୍ୟ ଦିଆଯିବ।
ଏନେଇ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ପୂର୍ବରୁ ଭୁବନେଶ୍ବରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍)କୁ ଷ୍ଟାର୍ଟଅପ୍ ବିକାଶ, ତାଲିମ୍ ଏବଂ ଇନକ୍ୟୁବେସନ୍ ସେଣ୍ଟର ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ୨କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ବାୟୋେଟକ୍ନୋଲୋଜି ଗବେଷଣା ଓ ତା’ର ବ୍ୟାପକ ଉପଯୋଗିତା ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ଅନ୍ଧାରୁଆଠାରେ ଭାରତ ବାୟୋଟେକ୍କୁ ସରକାର ଜମି ଯୋଗାଇ ଦେଇଛନ୍ତି। ଏବେ ସେଠାରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି, ଖୁବ୍ ଶୀଘ୍ର ଟୀକା ଉତ୍ପାଦନ ହେବ।