ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା, ଇଚ୍ଛାଶକ୍ତିର ଅଭାବ ପାଇଁ ରାଜ୍ୟର ବୃହତ୍ତର ଓବିସି ବର୍ଗ ନିଜର ସାମ୍ବିଧାନିକ ଅଧିକାର ହରାଇଛନ୍ତି। ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ଉଚ୍ଚ ନ୍ୟାୟାଳୟ ବୋଲି କହିଥିବା ବେଳେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ୨୦୧୭ ମସିହାରୁ ଉଚ୍ଚ ନ୍ୟାୟାଳୟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ଏକ ଏସ୍ଏଲ୍ପି କରି ଚୁପ ବସିଛନ୍ତି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ, କେନ୍ଦ୍ରରେ ୟୁପିଏ ସରକାର ଥିବା ସମୟରେ ହୋଇଥିବା ସାମାଜିକ ଆର୍ଥିକ ପଛୁଆବର୍ଗ ଜନଗଣନାକୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଲାଗୁ କରୁନାହାନ୍ତି। ତାମିଲନାଡ଼ୁ ବିଧାନସଭାରେ ଏ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବା ସହ ଦଳଗତ ନିର୍ବିଶେଷରେ ବିଧେୟକ ପାରିତ କରାଯାଇ ରାଷ୍ଟ୍ରପତିଙ୍କୁ ଜଣାଇଥିଲେ। ଏବେ ସେଠାରେ ସମସ୍ତ କ୍ଷେତ୍ରରେ ୬୯ ପ୍ରତିଶତ ସଂରକ୍ଷଣ ଦିଆଯାଉଛି। ମାତ୍ର ବିଜେଡି ସରକାର ଏହା ନ କରିବା ରାଜ୍ୟ ସରକାରଙ୍କ ଓବିସିମାନଙ୍କ ପ୍ରତି କେତେ ଦରଦ, ତାହା ଜଣାପଡ଼ୁଛି। ଓବିସି ବର୍ଗଙ୍କ ଅଧିକାରର ସୁରକ୍ଷା ପାଇଁ କଂଗ୍ରେସ ଆଇନଗତ ଲଢ଼େଇ ଜାରି ରଖିଛିବୋଲି ଶ୍ରୀ ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ମୁଖପାତ୍ର ମନୋରଂଜନ ଦାଶ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/nishikanta.png)