ଭୁବନେଶ୍ୱର : ପ୍ରିକସନ୍ ଡୋଜ୍କୁ ନେଇ ରାଜ୍ୟରେ ଲୋକଙ୍କ ଭିତରେ ଆଗ୍ରହ ଦେଖିବାକୁ ମିଳୁନାହିଁ। କେନ୍ଦ୍ର ସରକାର କେବଳ ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ପ୍ରିକସନ୍ ଡୋଜ୍ ଦେଉଛନ୍ତି। ୧୮-୫୯ବର୍ଷର ଲୋକଙ୍କୁ ଘରୋଇ ହସ୍ପିଟାଲରେ ଟଙ୍କା ଦେଇ ଟିକା ନେବାକୁ ପଡ଼ୁଛି। ତେବେ ୧୫-୫୯ବର୍ଷର ଲୋକଙ୍କୁ ପ୍ରିକସନ୍ ଡୋଜ୍ ମାଗଣାରେ ଦିଆଯିବ କି ନାହିଁ କେନ୍ଦ୍ର ସରକାର ଏହାର ନିଷ୍ପତ୍ତି ନେବେ। ଆବଶ୍ୟକ ପଡ଼ିଲେ ପ୍ରିକସନ୍ ଡୋଜ୍ ମାଗଣା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ।
ଶ୍ରୀ ଧଳ କହିଛନ୍ତି ଯେ ଚଳିତ ସପ୍ତାହରେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ। ବୈଠକରେ ପ୍ରିକସନ୍ ଡୋଜ୍ ସଂପର୍କରେ ଆଲୋଚନା କରାଯିବ। ଏବେ ଭୁବନେଶ୍ବର, କଟକ, ରାଉରକେଲା ଓ ପୁରୀରେ କରୋନା ସଂକ୍ରମଣ ବଢ଼ୁଛି। ମାତ୍ର ସ୍ଥିତି ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩ହଜାରରୁ ଅଧିକ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକ ଘରେ ପୃଥକବାସରେ ଥିବା ବେଳେ ମାତ୍ର ୧ ପ୍ରତିଶତ ଲୋକ ହସ୍ପିଟାଲରେ ଭର୍ତି ହେଉଛନ୍ତି। ରାଜ୍ୟରେ ୧ମାସ ତଳେ ୧୦ ହଜାର କୋଭିଡ ନମୁନା ପରୀକ୍ଷା ହେଉଥିବା ବେଳେ ଏବେ ୧୫ହଜାର ଟେଷ୍ଟିଂ ହେଉଛି। ରବିବାର ଓ ଅନ୍ୟ ଛୁଟି ଦିନରେ ଟେଷ୍ଟିଂ କମ୍ ରହିବ। ତେବେ ଦିନକୁ ୨୫ହଜାର ଟେଷ୍ଟିଂ କରିବାର ଯୋଜନା କରାଯାଉଥିବା ଶ୍ରୀ ଧଳ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/vaccine-1.jpg)