ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନ୍ଡେକ୍ସ(ପିଜିଆଇ)ରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଗୁଣାତ୍ମକ ଶିକ୍ଷା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା, ମୂଲ୍ୟାୟନ ଓ ଗଭର୍ଣ୍ଣାନ୍ସ ପରି ୫ଟି ବିଷୟକୁ ନେଇ କରାଯାଇଥିବା ମୂଲ୍ୟାୟନରେ ଗତଥର ତୁଳନାରେ ୪ଟି ସ୍ଥାନ ଉପରକୁ ଉଠିଛି। କାରଣ ୨୦୧୯-୨୦ରେ ଓଡ଼ିଶା ୧୪ତମ ସ୍ଥାନରେ ଥିବା ବେଳେ ୨୦୨୦-୨୧ରେ ୧୦ମ ସ୍ଥାନରେ ରହିଛି। ଏଭଳି ସଫଳତା ପରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଦିଲ୍ଲୀର ଶିକ୍ଷା ବ୍ୟବସ୍ଥା ସହ ସମକକ୍ଷ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ମୋଟ ୧୦୦୦ ପଏଣ୍ଟ ମଧ୍ୟରୁ ଦିଲ୍ଲୀ ୮୯୯ ପାଇଥିବା ବେଳେ ଓଡ଼ିଶାକୁ ୮୭୭ ମିଳିଛି। ଦିଲ୍ଲୀ ୮ସ୍ଥାନରେ ଥିବା ବେଳେ ଓଡ଼ିଶା ଦଶମ। ମଝିରେ କେବଳ ପଣ୍ଡିଚେରି ୮୯୭ ପଏଣ୍ଟ ସହ ୯ମ ସ୍ଥାନରେ ରହିଛି।
ଏତେ ସବୁ ପରେ ବି ସରକାରୀ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସେତେଟା ବଢ଼ି ନ ଥିବା ଦେଖିବାକୁ ମିଳିଛି। ୨୦୨୧-୨୨ରେ ରାଜ୍ୟରେ ୪୭.୧% ସରକାରୀ ସ୍କୁଲ ଥିବା ବେଳେ ୩୩.୮% ଅନୁଦାନପ୍ରାପ୍ତ, ୧୫.୨% ଘରୋଇ ଓ ଅନ୍ୟାନ୍ୟ ବର୍ଗର ୩.୯% ସ୍କୁଲ ରହିଛି। ସେହିପରି ସରକାରୀ ସ୍କୁଲରେ ୧୮.୬% ପିଲା ପଢ଼ୁଥିବା ବେଳେ ଅନୁଦାନପ୍ରାପ୍ତରେ ୩୭.୧%, ଘରୋଇରେ ୩୦.୭% ଓ ଅନ୍ୟାନ୍ୟ ବର୍ଗ ବିଦ୍ୟାଳୟରେ ୧୩.୬% ପିଲା ଶିକ୍ଷା ଗ୍ରହଣ କରୁଛନ୍ତି। ଅର୍ଥାତ୍ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ଘରୋଇ ସ୍କୁଲ ଏବେ ବି ପସନ୍ଦ ପାଲଟିଛି। ଦେଶରେ ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଓଡ଼ିଶାରେ କମୁଛନ୍ତି। ସ୍କୁଲ ଓ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି।
ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ ଉପରେ ଭରସା
ମାଟ୍ରିକ୍ ପରେ ବଢ଼ୁଛି ଛାତ୍ରଙ୍କ ଡ୍ରପ୍ ଆଉଟ୍
ଦେଶରେ ବଢ଼ୁଛନ୍ତି ପିଲା, ଓଡ଼ିଶାରେ କମୁଛନ୍ତି
/sambad/media/post_attachments/wp-content/uploads/2022/10/kalahandi-mahalinga-school3a-719x430.jpg)
ଗତ ଶିକ୍ଷାବର୍ଷରେ ପ୍ରି-ପ୍ରାଇମେରିରେ ୪୯ ହଜାର ୩୭୬ଜଣ, ପ୍ରାଥମିକରେ ୩୫ ଲକ୍ଷ ୧୯ ହଜାର ୧୫୩, ଉଚ୍ଚ ପ୍ରାଥମିକରେ ୨୦ ଲକ୍ଷ ୭୧ ହଜାର ୭୫୫, ଉଚ୍ଚ ବିଦ୍ୟାଳୟରେ ୧୨ ଲକ୍ଷ ୪୬ ହଜାର ୩୮୧, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୬ ଲକ୍ଷ ୯୦ ହଜାର ୨୨୮ଜଣ ପଢ଼ୁଥିଲେ। ପ୍ରି-ପ୍ରାଇମେରିରୁ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରୀଙ୍କ ତୁଳନାରେ ଛାତ୍ର ଅଧିକ ରହିଥିଲା। ତେବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କ୍ଷେତ୍ରରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଥିଲା। ଅର୍ଥାତ୍ ମାଟ୍ରିକ୍ ପରେ ଛାତ୍ରଙ୍କ ସଂଖ୍ୟା କମୁଛି। ପାସ୍ କରି ଆଗକୁ ପଢ଼ୁନାହାନ୍ତି। ନ ହେଲେ ଫେଲ୍ ହୋଇ ରହିଯାଉଛନ୍ତି। ଛାତ୍ରୀମାନେ ଆଗକୁ ପଢ଼ୁଛନ୍ତି।
ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ୪ ବର୍ଷ ଭିତରେ ରାଜ୍ୟର ଶିକ୍ଷା ଭିତ୍ତିଭୂମିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ରାଜ୍ୟର ପ୍ରଗତିଶୀଳ ନୀତି ସହ ‘ମୋ ସ୍କୁଲ୍ ଅଭିଯାନ’, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ, କୋଭିଡ୍ ମହାମାରୀ ସମୟରେ ଅନ୍ଲାଇନ୍ ଶିକ୍ଷଣ କାର୍ଯ୍ୟକ୍ରମର ପ୍ରଣୟନ, ୫-‘ଟି’ ହାଇସ୍କୁଲ୍ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ସ୍କୁଲ୍ ଭିତ୍ତିଭୂମିର ରୂପାନ୍ତରଣ ଏବଂ ଯୋଜନାର ସଠିକ୍ କାର୍ଯ୍ୟକାରିତା ଦ୍ୱାରା ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅଭୂତପୂର୍ବ ସଫଳତା ହାସଲ କରିଛି। ଉନ୍ନତ ଭିତ୍ତିଭୂମି ସହ ଗୁଣାତ୍ମକ ଶିକ୍ଷାଦାନ ଯୋଗୁଁ ପୂର୍ବବର୍ଷ ଅପେକ୍ଷା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନରେ ମଧ୍ୟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।
NewsGateଯଦି ଦେଶ କଥା ବିଚାରକୁ ନେବା, ୨୦୨୦-୨୧ ତୁଳନାରେ ୨୦୨୧-୨୨ରେ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିଛି। ୨୦୨୦-୨୧ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫କୋଟି ୩୮ଲକ୍ଷ ଥିବା ବେଳେ ୨୦୨୧-୨୨ରେ ତାହା ୨୫ କୋଟି ୫୭ ଲକ୍ଷରେ ପହଞ୍ଚିଛି। ଏସ୍ସି ଛାତ୍ରଛାତ୍ରୀଙ୍କ ସଂଖ୍ୟା ୪.୭୮ କୋଟିରୁ ୪.୮୨ କୋଟି, ଏସ୍ଟିଙ୍କ ସଂଖ୍ୟା ୨.୪୯କୋଟିରୁ ୨.୫୧ କୋଟି, ଓବିସି ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୧.୩୫ କୋଟିରୁ ୧୧.୪୮ କୋଟି ହୋଇଛି। ସ୍କୁଲ ଶିକ୍ଷାରେ ଦେଶରେ ୯୫.୦୭ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୧% ଶିକ୍ଷୟିତ୍ରୀ। ପ୍ରାଥମିକ ଶିକ୍ଷାରେ ଶିକ୍ଷକ-ଛାତ୍ରଛାତ୍ରୀଙ୍କ ଅନୁପାତ ୧:୨୬ ଥିବା ବେଳେ ଉଚ୍ଚ ପ୍ରାଥମିକରେ ୧:୧୯, ମାଧ୍ୟମିକରେ ୧:୧୮ ଓ ଉଚ୍ଚ ମାଧ୍ୟମିକରେ ୧:୨୭ ରହିଛି, ଯାହାକି ୨୦୧୮-୧୯ ତୁଳନାରେ ଅଧିକ। ଦେଶର ୮୯.୩% ବିଦ୍ୟାଳୟରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ଥିବା ବେଳେ ୯୮.୨%ରେ ପାନୀୟ ଜଳ, ୯୩.୬%ରେ ହ୍ୟାଣ୍ଡୱାସ୍, ୭୭%ରେ ଖେଳ ପଡ଼ିଆ, ୪୯.୭%ରେ ରୢାମ୍ପ, ୨୭%ରେ ଦିବ୍ୟାଙ୍ଗଙ୍କ ଶୌଚାଳୟ, ୮୭.୩%ରେ ଲାଇବ୍ରେରି/ପାଠାଗାର ସୁବିଧା ଉପଲବ୍ଧ ହୋଇଛି। ମାତ୍ର ୨୭.୭% ବିଦ୍ୟାଳୟରେ କିଚେନ୍ ଗାର୍ଡେନ୍ ରହିଛି, ଯାହାକି ୨୦୧୮-୧୯ ତୁଳନାରେ ୩୨% ଅଧିକ। ୨୧% ବିଦ୍ୟାଳୟରେ ବର୍ଷା ଜଳ ଅମଳ ସୁବିଧା ଉପଲବ୍ଧ ହୋଇଛି। ୪.୯୮ ଲକ୍ଷ ବିଦ୍ୟାଳୟ ଫିଟ୍ ଇଣ୍ଡିଆ ସ୍କୁଲ ସାର୍ଟିଫାଏଡ୍। ଉତ୍ତରପ୍ରଦେଶରେ ସର୍ବାଧିକ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ଶିକ୍ଷା ଗ୍ରହଣ କରୁଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।
/sambad/media/post_attachments/wp-content/uploads/2022/11/rrreeee-275x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/Teachers-pti_1200x768.jpeg)