ଏକାମ୍ର କ୍ଷେତ୍ରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରୁ କେନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏକାମ୍ର କ୍ଷେତ୍ରରୁ ବାଇ-ଲ’ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର ସରକାର ଅନନ୍ତବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ’କୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ। ଏହାସହ ଏହି ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ଆଗରେ ରଖିବାକୁ ରାଜ୍ୟର ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ।

 

ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କ ଭାବାବେଗ ଏକାମ୍ର କ୍ଷେତ୍ର ସହିତ ଜଡ଼ିତ। ଲିଙ୍ଗରାଜ ନୀତି ଓ ସେବାୟତଙ୍କ ଜୀବନ ଜୀବୀକା ଏହା ସହ ଜଡ଼ିତ। ସମ୍ବେଦନଶୀଳ ଧର୍ମୀୟ ପ୍ରସଙ୍ଗରେ କେନ୍ଦ୍ର ଏଜେନ୍ସି ରାଜ୍ୟକୁ ବିଶ୍ବାସକୁ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜାତୀୟ କୀର୍ତିରାଜି କର୍ତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀରୁ ହଟିଥିବା ବେଳେ ଏକାମ୍ର କ୍ଷେତ୍ର ପାଇଁ କାଏମ ରହିଛି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ସଗରମ ହୋଇଛି । ପୂର୍ବରୁ ମନ୍ତ୍ରୀ ଅଶୋକ ପଣ୍ଡା ଟ୍ୱିଟ କରି ଭୁବନେଶ୍ୱର ସାଂସଦଙ୍କୁ କଡା ଟିପ୍ପଣୀ କରିଥିଲେ । ସେପଟେ ସେବାୟତ କହିଛନ୍ତି ଏକାମ୍ରକ୍ଷେତ୍ର ସହ ଧୋକ୍କା ହୋଇଛି । ତୁରନ୍ତ ବାଇ-ଲ’ ପ୍ରତ୍ୟାହୃତ ନହେଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ରକ୍ଷେତ୍ର ପୂରାଇ ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର