ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ପୁଣି ନବୀନଙ୍କୁ ଅନୁରୋଧ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁଣି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯଥା ଶୀଘ୍ର ସମ୍ଭବ ଏହା ଓଡିଶାରେ ଲାଗୁକରିବାକୁ ସେ ଅନୁରୋଧ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଅବସରରେ ମନ୍ତ୍ରୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଭୁବନେଶ୍ୱର ଏମସ ପରିସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଯୋଗ ଦେଇ ଅଟଳଙ୍କ ପ୍ରତିମୂୁର୍ତି ଅନାବରଣ କରିଛନ୍ତି । ହର୍ଷବର୍ଦ୍ଧନଙ୍କ ସୂଚନା ଅନୁସାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ୬ ଆକାଂକ୍ଷୀ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଆଉ ୨ ଜିଲ୍ଲା ପାଇଁ ବିଚାରବିମର୍ଶ ଚାଲିଛି ।

ସମଗ୍ର ଦେଶରେ ୭୫ଟି ଆକାଂକ୍ଷୀତ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରାଯିବ । ଏଠାରେ ସୂଚନା ଥାଉ କି ଆଜି ଭୁବନେଶ୍ୱର ଏମ୍ସରେ ସ୍ୱର୍ଗତଃ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟକ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ସହ ଚିକିତ୍ସା ବ୍ୟବସ୍ଥା ପ୍ରସାରିତ କରିବା ପାଇଁ କେତେକ ନୂତନ ବ୍ୟବସ୍ଥାର ଉଦଘାଟନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସମେତ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ |

ସମ୍ବନ୍ଧିତ ଖବର