ଭୁବନେଶ୍ୱର: ରାଜ୍ୟ ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ବର୍ଷିଛନ୍ତି, କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ। ରାଜ୍ୟରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ ବୋଲି ଅଭିଯୋଗ କଲେ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

Advertisment

ସେହିଭଳି କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭଳି ଜନହିତକର ଯୋଜନାକୁ ସମସ୍ତ ରାଜ୍ୟ ଲାଗୁ କରିଥିଲେ ମଧ୍ୟ ଓଡ଼ିଶା ସରକାର ନିଜ ସ୍ୱାର୍ଥ ପାଇଁ ଏହି ଯୋଜନାକୁ ଗ୍ରହଣ କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ଏଥିସହ ଓଡ଼ିଶା ଟେକ୍ସଟାଇଲ କାରଖାନାର ପୁନଃରୁଦ୍ଧାର କରିବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରି ବିଜେପି ସରକାର ଆସିଲେ ଏହାର ପୁନଃରୁଦ୍ଧାର ହୋଇପାରିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।

publive-image

ଦଳର କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ରାଜ୍ୟରେ ବେରୋଜଗାରୀ ସମସ୍ୟା ଉତ୍କଟ ହୋଇପଡିଛି। ସେହିପରି ତୈଳ ଦର ସମ୍ପର୍କରେ ନବୀନ ସରକାରଙ୍କୁ ସମାଲୋଚନା କର ଶ୍ରୀମତୀ ଇରାନୀ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅନୁରୋଧ ପରେ ଅନେକ ରାଜ୍ୟ ତୈଳ ଦରରେ ୨ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ଉତ୍ପାଦ ଶୁଳ୍କ ତଥା ଭାଟ୍‌ ହ୍ରାସ କଲେ କିନ୍ତୁ ନବୀନ ସରକାର କଲେ ନାହିଁ। ଏହି ଘଟଣାରୁ ଓଡ଼ିଶାବାସୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ନବୀନଙ୍କ ଦରଦ କେତେ ଅଛି ତାହା ଜଣାପଡୁଛି କହି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ।