କେନ୍ଦ୍ରୀୟ ଟିମ୍ କଟକ ଜିଲ୍ଲାପାଳଙ୍କ ସହ କଣ୍ଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଲେ ଆଜି

କଟକ: ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ କେନ୍ଦ୍ରୀୟ ଟିମ୍ ଆଜି କଟକ ଜିଲ୍ଲାପାଳଙ୍କ ସହ କଣ୍ଟାପଡା ବ୍ଲକର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି । ଏହି ସମୟରେ କେନ୍ଦ୍ରୀୟ ଟିମର ସଦସ୍ୟମାନେ ବାତ୍ୟା ପୀଡିତ ପରିବାରମାନଙ୍କ ସହ ଆଲୋଚନା କରିଛନ୍ତି ।

ଗତକାଲି ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବାବେଳେ ଆଜି କଟକ ଜିଲ୍ଳାର ବିଭିନ୍ନ ଅଂଚଳରେ ଅନୁଧ୍ୟାନ କରିଛନ୍ତି । ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିବା ବେଳେ ରାଜ୍ୟ ସରକାରଙ୍କ ବାତ୍ୟା ପ୍ରସ୍ତୁତି ଏବଂ ପରେ ପୁନରୁଦ୍ଧାର ପ୍ରକ୍ରିୟାକୁ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ଫୋନି ବାତ୍ୟାର କ୍ଷୟକ୍ଷତି ନେଇ ଆକଳନ କରୁଛନ୍ତି ।

ଆସନ୍ତା ୧୫ ତାରିଖରେ କେନ୍ଦ୍ରୀୟ ଟିମର ୧୧ ଜଣ ସଦସ୍ୟ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ପରିଦର୍ଶନ କରିବା ସହ ପୂର୍ବାହ୍ନ ୧୧ଟାରେ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବେ । ସେହି ଦିନ ଅପରାହ୍ନରେ କେନ୍ଦ୍ରୀୟ ଟିମ୍ ଦିଲ୍ଲୀ ଫେରିଯିବେ ।

ସମ୍ବନ୍ଧିତ ଖବର