ଭୁବନେଶ୍ୱର: ବାତ୍ୟା ବୁଲ୍ବୁଲ୍ କ୍ଷୟକ୍ଷତି ଆକଳନ ନେଇ ଗୁରୁବାର ୭ ଜଣିଆ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲି ଘୋଷ ରୟଙ୍କ ନେତୃତବରେ ବନ୍ଦନା ସିଂଘଲ, ଦିନା ନାଥ, ଜଜ ମୋଦି, ଅମରୀଶ ପଲ୍ ସିଂ, ବୀରେନ୍ଦ୍ର ସିଂହ ଓ ସୁନୀଲ କୁମାର ଓଡ଼ିଶାର ଗସ୍ତରେ ଆସିବେ। ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍ ବାତ୍ୟା ବୁଲବୁଲ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ପରେ କ୍ଷୟକ୍ଷତି ନେଇ ଆକଳନ କରିବେ ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦାଖଲ କରିବେ।
‘ବୁଲ୍ବୁଲ୍’ ଯୋଗୁଁ ରାଜ୍ୟରେ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରବିବାର ସ୍ୱତନ୍ତ୍ର ରିଲିଫ କମିସନର ପୂର୍ବରୁ ଏହି ସୂଚନା ଦେଇଛନ୍ତି। ଏସ୍ଆରସି ପ୍ରଦୀପ କୁମାର ଜେନା କହିଛନ୍ତି, ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି। ବର୍ଷା ଓ ପବନ ଯୋଗୁଁ ୫ ହଜାର ୫୦୦ ହେକ୍ଟର ଘର କ୍ଷତିଗ୍ରସ୍ତ ହୋଇଛି ବୋଲି ଏସ୍ଆରସି ସୂଚନା ଦେଇଛନ୍ତି। ବୁଲ୍ବୁଲ୍ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ସେହିପରି ୧୧ଟି ଗୋଣୁ, ୪ଟି ଛେଳି ଓ ୫୦ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି।
ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଂଜ ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ ବର୍ଷା ଅପେକ୍ଷା ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି।