ହିଂଜିଳିକାଟୁ : କ୍ରୀଡାକ୍ଷେତ୍ରରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ହିଞ୍ଜିଳିକାଟୁ ସହରରେ ଏକ ଜାତୀୟ ସ୍ତରରେ ୮ କୋଟି ୧୦ ଲକ୍ଷ ୫୦ହଜାର ଟଙ୍କାରେ ତିଆରି ହୋଇଥିବା ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ । ଆଉ ଏହି ଷ୍ଟାଡିୟମ ନଭେମ୍ବର ୨ ତାରିଖରେ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଉଦଘାଟନ କରିବେ ବୋଲି ଶୁଣିବାକୁ ମିଳୁଛି।
ଶୁକ୍ରବାର କ୍ରୀଡ଼ାବ୍ୟାପାର ବିଭାଗ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ହିଞ୍ଜିଳିକାଟୁ ଗସ୍ତ କରି ଇଣ୍ଡୋର ଷ୍ଟାଡିୟମର ଉନ୍ନୟନ କାର୍ଯ୍ୟର ତଦାରଖ ସହ ଭିତ୍ତିଭୂମି ପରଖି ଫେରିଛନ୍ତି । କେନ୍ଦ୍ରୀୟ ଦଳର ବହୁ ଅଧିକାରୀ ଏହି ଟିମ୍ରେ ସାମିଲ ଥିଲେ । ଏହି ଗସ୍ତ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ହିଂଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ତହସିଲଦାର ଡ଼.ଜନ୍ମେଜୟ ସାହୁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/9bf0b2f7-1071-454c-b984-7d6f01bdb3b7.jpg)