ହିଂଜିଳିକାଟୁ ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ପରଖିଲେ କେନ୍ଦ୍ରୀୟ ଟିମ୍

ହିଂଜିଳିକାଟୁ :  କ୍ରୀଡାକ୍ଷେତ୍ରରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ହିଞ୍ଜିଳିକାଟୁ ସହରରେ ଏକ ଜାତୀୟ ସ୍ତରରେ ୮ କୋଟି ୧୦ ଲକ୍ଷ ୫୦ହଜାର ଟଙ୍କାରେ ତିଆରି ହୋଇଥିବା ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ଏବେ ଶେଷ ପର୍ଯ୍ୟାୟରେ । ଆଉ ଏହି ଷ୍ଟାଡିୟମ ନଭେମ୍ବର ୨ ତାରିଖରେ ଭିଡ଼ିଓ କନଫେରନ୍ସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଉଦଘାଟନ କରିବେ ବୋଲି ଶୁଣିବାକୁ ମିଳୁଛି।

ଶୁକ୍ରବାର କ୍ରୀଡ଼ାବ୍ୟାପାର ବିଭାଗ ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ହିଞ୍ଜିଳିକାଟୁ ଗସ୍ତ କରି ଇଣ୍ଡୋର ଷ୍ଟାଡିୟମର ଉନ୍ନୟନ କାର୍ଯ୍ୟର ତଦାରଖ ସହ ଭିତ୍ତିଭୂମି ପରଖି ଫେରିଛନ୍ତି । କେନ୍ଦ୍ରୀୟ ଦଳର ବହୁ ଅଧିକାରୀ ଏହି ଟିମ୍‌ରେ ସାମିଲ ଥିଲେ । ଏହି ଗସ୍ତ ସମୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ହିଂଜିଳି ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ ମନୋରଞ୍ଜନ ସାହୁ, ତହସିଲଦାର ଡ଼.ଜନ୍ମେଜୟ  ସାହୁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର