ଭୁବନେଶ୍ବର : 'ୟାସ୍' ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନରେ ଆସନ୍ତାକାଲି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରରେ ପହଞ୍ଚିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୁନୀଲ ବର୍ଣ୍ଣୱାଲଙ୍କ ନେତୃତ୍ବରେ ୭ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଟିମ୍ ଦୁଇ ଭାଗରେ ବିଭକ୍ତ ହୋଇ ବାତ୍ୟା ଦ୍ବାରା ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ୪ଟି ଜିଲ୍ଲା ଗସ୍ତ କରିବେ। ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ବର୍ଣ୍ଣୱାଲଙ୍କ ରବିବାର ରାତି ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ। ୬ ଜଣ ଅନ୍ୟସଦସ୍ୟମାନଙ୍କ ନାମ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି। ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍ ପହଞ୍ଚିବା ପରେ କେଉଁ ଜିଲ୍ଲାକୁ ଆଗ ଗସ୍ତ କରିବେ ସେ ନେଇ ଏସ୍ଆର୍ସିଙ୍କ ସହିତ ଆଲୋଚନା କରାଯାଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯିବ ବୋଲି ଜଣାପଡ଼ିଛି।
ଆଜି ଆସୁଛନ୍ତି କେନ୍ଦ୍ରୀୟ ଟିମ୍, ୟାସ୍ କ୍ଷତିଗ୍ରସ୍ତ ୪ଟି ଜିଲ୍ଲା ପରିଦର୍ଶନ କରିବେ
/sambad/media/post_attachments/wp-content/uploads/2021/05/Chandipur-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)