ଜିଲ୍ଲାମୁଖ୍ୟ ଚିକିତ୍ସାଳୟର ମୂଲ୍ୟାୟନ କରିଛନ୍ତି କେନ୍ଦ୍ରୀୟ ଟିମ୍ ‘ଲକ୍ଷ୍ୟ’

ଜୟପୁର: ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପାରିଦର୍ଶିତା ସେବା ପାଇଁ କେନ୍ଦ୍ରୀୟ ଟିମ୍ ‘‘ଲକ୍ଷ୍ୟ’’ରେ ମୂଲ୍ୟାୟନ କରିଛନ୍ତି। ଗତ କାଲିଓ ଆଜି  ଆସିଥିବା ଏହି କେନ୍ଦ୍ରୀୟଟିମରେ ଥିବା କେରଳରୁ ଆସିଥିବା ବରିଷ୍ଠ ପ୍ରସୁତି ଓ ସ୍ତ୍ରୀ ରୋଗ ବିଶେଷଞ ଡାକ୍ତର ବି. ଉନ୍ନିକ୍ରୀଷ୍ଣନ୍ ଓ ଗୁଜରାଟ ଅହମ୍ମାଦବାଦରୁ ଆସିଥିବା କର୍କଟ ବିଶେଷଞ ଡାକ୍ତର ଜୟେଶ ଡି. ପଟେଲ ଡାକ୍ତରଖାନାର ସବୁ ୱାର୍ଡ ଓ ସେବାର ମାନ ଯାଂଚ କରିଥିଲେ। ପ୍ରସୁତି ଓ ସ୍ତ୍ରୀ ୱାର୍ଡ, ଲେବର ରୁମ, ଅପରେସନ୍ ଥିୟଟର ବୁଲି ଦେଖିଥିଲେ। ଏଠାରେ କାର୍ଯ୍ୟରତ ଥିବା ସମସ୍ତ ଟିମ୍ ସଦସ୍ୟଙ୍କ ସହ ଜଣଜଣକୁ ନେଇ ଆଲୋଚନା କରିଥିଲେ। ଟିମ ପ୍ରଥମେ ସିଡିଏମଓ ଡାକ୍ତର ଅରୁଣ ପାଢ଼ୀ, ଡିଏମଓ ଡାକ୍ତର ରବିନ୍ଦ୍ରନାଥ ମିଶ୍ର, ବରିଷ୍ଠ ପ୍ରସୁତି ଓ ସ୍ତ୍ରୀ ରୋଗ ବିଶେଷଞ ଡାକ୍ତର ରାମଚନ୍ଦ୍ର ମହାନ୍ତି, ଡାକ୍ତର ସସ୍ମିତା ଦାସ, ଡାକ୍ତର ଦିଲ୍ଲୀପ ବିଶ୍ବାଳ, ଡାକ୍ତର ଅକ୍ଷୟ ରଥ, ନି‌ଶ୍ଚେତକ ବିଶେଷଞ ଡାକ୍ତର ଆଶିଷ ପାଣିଗ୍ରାହୀ ଆଦିଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ସବୁ ୱାର୍ଡ ଓ ଅଲଟ୍ରାସାଉଣ୍ଡ , ନିଦାନ କେନ୍ଦ୍ର ସହ ପୁରା ଡାକ୍ତରଖାନାକୁ ବୁଲି ବା ପରେ ମୂଲ୍ୟାୟନ କରିଥିଲେ। ଷ୍ଟାଫନର୍ସ, ମ୍ୟାଟ୍ରନ ଓ ପାରା ମେଡିକାଲ କର୍ମଚାରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଯାହା ଭୁଲ ଉତ୍ତର ଦେଉଥିଲେ ତାହାର ସଠିକ ଉତ୍ତର କହିଥିଲେ।

ଛୋଟମୋଟ ତ୍ରୁଟିକୁ ତୁରନ୍ତ ସୁଧାରିବାକୁ ପରାମର୍ଶ ଦେଇଥିଲେ। ଗତ ଦୁଇ ଦିନର ମୂଲ୍ୟାୟନ କରିବା ପରେ ଏହି ଟିମ୍ ଡାକ୍ତରଖାନାର ସବୁ ବିଭାଗକୁ ନେଇ ଖୁସି ଜାହିର କରିଛନ୍ତି। ଏବଂ ମୂଲ୍ୟାୟନ କରିଥିବା ରିପୋର୍ଟ କେନ୍ଦ୍ରସରକାରଙ୍କ ନିକଟରେ ଦାଖଲ କରିବେ। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଲକ୍ଷ୍ୟ ପୁରସ୍କାର ପାଇବ ବୋଲି ଆଶାବକ୍ତ କରିଛନ୍ତି ସିଡିଏମଓ ଡାକ୍ତର ପାଢ଼ୀ। ଏହି ଟିମ୍ ଆସିବା ସମୟରେ ସ୍ବାଗତ ସଭା ହୋଇଥିବା ବେଳେ ସେମାନେ ଆଜି ଯିବା ପୂର୍ବରୁ ବିଦାୟକାଳୀନ ସଭା କରାଯାଇଥିଲା। ଡାକ୍ତରଖାନା ପରିସରରେ ଉଭୟ ଦୁଇଟି ବୃକ୍ଷ ରୋପଣ କରିଥିଲେ। ତାଙ୍କ ଗସ୍ତ ବେଳେ ଜାତୀୟ ସ୍ବାସ୍ଥ୍ୟ ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ ଶୁଭକାନ୍ତ ଗନ୍ତାୟତ, ଗୁଣାତ୍ମକ ପ୍ରବନ୍ଧକ ପୂର୍ଣ୍ଣଚନ୍ଦ୍ର ଭୋଇ, ୟୁନିସେଫର ପରାମର୍ଶଦାତା ନିହାରରଂଜନ ଜେନା, ମ୍ୟାଟ୍ରନ ବିଜୟଲକ୍ଷ୍ମୀ  ଆଚାର୍ଯ୍ୟ, ସହକାରୀ ମ୍ୟାଟ୍ରନ ବିଷ୍ଣୁପ୍ରିୟା ମିଶ୍ର, ଡାକ୍ତରଖାନା ପ୍ରବନ୍ଧିକା ରୁପସୀ ମଧୁମିତା ନାୟକ, ପ୍ରବନ୍ଧକ ରାଜା ପ୍ରଧାନ, ଉମାକାନ୍ତ ଆଚାରୀ, ସପନ ପାଣିଗ୍ରାହୀ, କାହ୍ନୁ ପ୍ରଧାନ , ଆରଏମଏନସିଏଚ ଉପ‌ଦେଷ୍ଟା ଗୀତାଂଜଳୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର