ଭୁବନେଶ୍ବର : 'ଫନି' ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ତ୍ବରିତ ଆକଳନ ପାଇଁ ୧୨ ତାରିଖରେ ଓଡ଼ିଶା ଆସୁଛି ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ କେନ୍ଦ୍ରୀୟ ଟିମ୍ ବାତ୍ୟା ପ୍ରଭାବିତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁଇଦିନ ଧରି ବୁଲି ଦେଖିବ। ଏଥିପାଇଁ ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଶ୍ରୀ ଭରଦ୍ବାଜ ଭୁବନେଶ୍ବରରେ ପହଞ୍ଚିବେ ବୋଲି ସ୍ବରାଷ୍ଟ୍ର ବିଭାଗ ରାଜ୍ୟ ସରକାରଙ୍କୁ ଜଣାଇଛି। କେନ୍ଦ୍ରୀୟ ଟିମ ପ୍ରଭାବିତ ଅଞ୍ଚଳର କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିବ।
୧୨ରେ ଆସିବ ଆନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍, ୧୩ରୁ ୧୫ 'ଫନି' ପ୍ରଭାବିତ ଅଞ୍ଚଳ ବୁଲି ଦେଖିବ ଟିମ୍
/sambad/media/post_attachments/wp-content/uploads/2019/05/AKS_5398.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)