ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳରେ ଶଶୀଭୂଷଣ, ଜୁଏଲ୍‌ଙ୍କ ସମୀକ୍ଷା : କେନ୍ଦ୍ରୀୟ ଟିମ୍‌ର ଅନୁଧ୍ୟାନ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି/କନ୍ଧମାଳ : ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳରେ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ, ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳରେ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଅର୍ଥମନ୍ତ୍ରୀ ଶ୍ରୀ ବେହେରା କିଭଳି ପୁନରୁଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି, ତାହାର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ, କେନ୍ଦ୍ରୀୟ ଟିମ୍‌ କନ୍ଧମା‌ଳରେ ପହଞ୍ଚି କେନ୍ଦ୍ରୀୟ ଟିମ୍‌ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେ ସମ୍ପର୍କରେ ଲୋକଙ୍କୁ ପଚାରି ବୁଝିଛନ୍ତି।

ବାତ୍ୟା ପରେ ଗଜପତି ଜିଲ୍ଲାରେ ଲାଗି ରହିଥିବା ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ ଆଜି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ପରିଦର୍ଶରେ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ସଚିବ ଦେଓ ରଞ୍ଜନ କୁମାର ସିଂ, ଶକ୍ତି ସଚିବ ହେମନ୍ତ ଶର୍ମା ଏବଂ ଯୁଗ୍ମ ରିଲିଫ କମିସନର ପ୍ରଭାତ କୁମାର ମହାପାତ୍ର, ଜିଲ୍ଲାପାଳ ଅନୁପମ ଶାହା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ଅନ୍ୟପକ୍ଷରେ, କନ୍ଧମାଳ ଜିଲ୍ଲାରେ କେନ୍ଦ୍ରୀୟ ଅର୍ଥ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁଛି କି ନାହିଁ , ସେନେଇ ଅନୁଧ୍ୟାନ ପାଇଁ କୁର୍ତମଗଡ, ମୁଣ୍ଡିଗଡ ଓ ସିଲା ପଞ୍ଚାୟତରେ କେନ୍ଦ୍ରୀୟ ଟିମ ପରିଦର୍ଶନ କରିଥିବା ଜଣାପଡିଛି। ଏହି ଟିମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଣାଳୟର ଆଶିଷ ଭଟ୍ଟ ଓ ପ୍ରୀତି କୋଠାରୀ ରହିଥିବା ଜଣାପଡିଛି। ମନରେଗା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହ କେନ୍ଦ୍ର ଯୋଜନାରେ ହୋଇଥିବା ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକ ବୁଲି ଦେଖିବା ସହ ଲୋକଙ୍କୁ ପଚାରି ବୁଝିଥିଲେ।

ସମ୍ବନ୍ଧିତ ଖବର