ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ଅଞ୍ଚଳରେ ଧାନ ଫସଲରେ ବ୍ୟାପୁଥିବା ଚକଡ଼ା ରୋଗର ସ୍ଥିତି ଅନୁଧ୍ୟାନ କରିବାକୁ ରବିବାର ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ବଲାଙ୍ଗୀର ଆସି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲୁ ଦେଖିଛନ୍ତି।
ଭାରତ ସରକାରଙ୍କ କେନ୍ଦ୍ରୀୟ ସମନ୍ବିତ ରୋଗ ପୋକ ନିୟନ୍ତ୍ରଣ କେନ୍ଦ୍ର ଭୁବନେଶ୍ବରରୁ ଶସ୍ୟ ସଂରକ୍ଷଣ ଅଧିକାରୀ ରାହୁଲ ମିଶ୍ରଙ୍କ ନେତୃତ୍ବରେ ଶସ୍ୟ ସଂରକ୍ଷଣ ଅଧିକାରୀ ଏମ.ୱାଇ.ପଠାନ, ସହକାରୀ ଶସ୍ୟ ସଂରକ୍ଷଣ ଅଧିକାର ବଂଶୀଧର ମୋଦକ, ଆର୍.ସି.ହାଂସଦା ଚନ୍ଦନଭାଟି ପଞ୍ଚାୟତର ସିନ୍ଦୁରବାହାଲ, ମାଧିଆପାଲି ପଞ୍ଚାୟତର ରିନବଚନ, କୁଡାସିଂହା ପଞ୍ଚାୟତର ନୂଆପଡ଼ା ଓ ସାହାଜବାହାଲ ପଞ୍ଚାୟତର ସାହାଜବାହାଲ ଗାଁରେ ଧାନ ଫସଲରେ ଲାଗିଥିବା ଚକଡ଼ା ପୋକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା କୃଷି ବିଭାଗ ପକ୍ଷରୁ ରୋଗପୋକ ଦମନରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ଚକଡ଼ା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳର ମୁଖ୍ୟ ରାହୁଲ ମିଶ୍ର ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ଅଧିକାରୀଙ୍କ ସହ ଜିଲ୍ଲା କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାଚନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଟିମ୍ ଚାଷୀଙ୍କ କ୍ଷେତରୁ ଧାନ କେଣ୍ଡା ଆଣିବା ସହ ରୋଗପୋକ ଲାଗିବା ନେଇ ଅନୁଧ୍ୟାନ କରିଥିଲେ। ଚାଷୀମାନଙ୍କ ସହ ସମସ୍ୟା ସଂପର୍କରେ ଆଲୋଚନା କରି ଫେରିଯାଇଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/SBPHO7-BLG-Chakada-Sthiti-Anudhyana.jpg)