ଭୁବନେଶ୍ୱର : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୪ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ୪ଟି ରାଜ୍ୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଶେଷ ହୋଇଛି। ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ଏହି ପରୀକ୍ଷା ଲାଗି ଓଡ଼ିଶାର ୧୪ଟି ସମେତ ଦେଶର ୧୪୧ଟି ସ୍ଥାନରେ କେନ୍ଦ୍ର ହୋଇଥିଲା। ଚଳିତବର୍ଷ କେବଳ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖା ପାଇଁ ୧୪ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି।
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ତତ୍ତ୍ବାବଧାନରେ କରାଯାଇଥିବା ଓଡ଼ିଶାର ୯ଟି ଓ ଆନ୍ଧ୍ରପ୍ରଦେଶର ୨ଟି କେନ୍ଦ୍ରରେ ୬୪୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଏହାବ୍ୟତୀତ ସିୟୁସିଇଟି(ସେଣ୍ଟ୍ରାଲ ୟୁନିଭରସିଟିସ୍ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ)-୨୦୨୦ର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଓଡ଼ିଶାର କଟକ, ଭୁବନେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ଭଦ୍ରକରେ ବହୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଖୁବ୍ଶୀଘ୍ର ପ୍ରଶ୍ନପତ୍ରର ଉତ୍ତରଗୁଡ଼ିକ ବିଶ୍ବବିଦ୍ୟାଳୟ ଓ ସିୟୁସିଇଟି ୱେବସାଇଟ୍ରେ ଉପଲବ୍ଧ ହେବ। ଏଥିସହ ପ୍ରବେଶିକା ପରୀକ୍ଷା ଫଳ ମଧ୍ୟ ବିଶ୍ବବିଦ୍ୟାଳୟ ୱେବସାଇଟ୍ରେ ପ୍ରକାଶ ପାଇବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଆଇ ରାମବ୍ରହ୍ମମ କହିଛନ୍ତି ଯେ ଏହି ପରୀକ୍ଷା ମାଧ୍ୟମରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୪ଟି ବିଭାଗର ୩୦ଟି ବିଷୟରେ ନାମଲେଖା ଲାଗି ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Central-University-Odisha.jpg)