ଅପରାଜିତାଙ୍କ ସ୍ବେଚ୍ଛାକୃତ ଅବସରକୁ କେନ୍ଦ୍ରର ମଞ୍ଜୁରି

ଭୁବନେଶ୍ବର : ସର୍ବଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଚାକିରିରୁ ଅପରାଜିତା ଷଡ଼ଙ୍ଗୀଙ୍କ ‌େସ୍ବଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ମଞ୍ଜୁରି ଦେଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଟ୍ବିଟ୍ କରି ନିଜେ ଅପରାଜିତା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଆବେଦନକୁ ମଞ୍ଜୁରି ଦେଇଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଯାତ୍ରାକୁ ଆଗ୍ରହ, ସକରାତ୍ମକ ଓ ଆଶାବାଦୀ ହୋଇ ଆଗକୁ ନେବେ ବୋଲି ସେ ଜଣାଇଛନ୍ତି। ଗତ ୧୪ ତାରିଖରେ ରାଜ୍ୟ ସରକାର ଅପରାଜିତାଙ୍କ ଆବେଦନକୁ ଅନୁମୋଦନ ଦେଇଥିଲେ। କେନ୍ଦ୍ରର ମଞ୍ଜୁରି ସହ ଅପରାଜିତା‌ଙ୍କ ସ୍ବେଚ୍ଛାକୃତ ଅବସର ପ୍ରକ୍ରିୟା ‌େଶଷ ହୋଇଛି। ତେଣୁ ସେ ଯଥାଶୀଘ୍ର ରାଜନୀତିକୁ ଯିବା ପାଇଁ ବାଟ ପରିଷ୍କାର ହୋଇଛି। ତେବେ ଅପରାଜିତା‌ କେବେ ରାଜନୀତିରେ ବିଧିବଦ୍ଧ ପ୍ରବେଶ କରିବେ, ତାହା ଆଜି ମଧ୍ୟ ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ରାଜନୈତିକ ମହଲରେ ତାଙ୍କୁ ନେଇ ସରଗରମ ଚର୍ଚ୍ଚା ଜାରି ରହିଛି।

ସମ୍ବନ୍ଧିତ ଖବର