ଫନି ପାଇଁ ଓଡିଶାକୁ କେନ୍ଦ୍ର ଦେଇଛି ୪୬୭୯.୦୯ କୋଟି ଟଙ୍କା, ଲୋକସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଫନି ବାତ୍ୟା ପାଇଁ ଓଡିଶାକୁ କେନ୍ଦ୍ର ୪୬୭୯.୦୯ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛି | ଲୋକସଭାରେ ଆଜି ଏହି ତଥ୍ୟ ରଖିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ | ଓଡିଶାକୁ ଫନି ସହାୟତା କେତେ ଟଙ୍କା ମିଳିଛି ବୋଲି ବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ପ୍ରଶ୍ନ କରିଥିଲେ | ଏହାର ଉତ୍ତରରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କହିଥିଲେ ଯେ ଫନି ସହାୟତା ପାଇଁ ଓଡ଼ିଶାକୁ କେନ୍ଦ୍ର ୪୬୭୯.୦୯ କୋଟି ଟଙ୍କା ଦେଇଛି | ଏପ୍ରିଲ ୨୯ରେ ଏସଡିଆରଏଫ( ଷ୍ଟେଟ ଡ଼ିଜାଷ୍ଟର ରେସ୍ପନସ ଫଣ୍ଡ) ରୁ ୩୪୦.୮୭ କୋଟି ଟଙ୍କା କେନ୍ଦ୍ର ଅଗ୍ରିମ ଦେଇଥିଲା |

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପରେ ଅତିରିକ୍ତ ୧ ହଜାର କୋଟି ଟଙ୍କା ମିଳିଥିଲା | କ୍ଷୟକ୍ଷତି ଆକଳନ ପରେ ଏନଡିଆରଏଫ( ନ୍ୟାସନାଲ ଡ଼ିଜାଷ୍ଟର ରେସ୍ପନସ ଫଣ୍ଡ)ରୁ ୩୩୩୮.୨୨ କୋଟି ଟଙ୍କା ଦିଆଯାଇଥିଲା |

ଅନ୍ୟପଟେ ଆଜି ପୁରୀ ସାଂସଦ ପିନାକୀ ମିଶ୍ର ମଧ୍ୟ ଏ ପ୍ରସଙ୍ଗ ଗୃହରେ ଉଠାଇଥିଲେ | ପିନାକୀ କହିଥିଲେ ଯେ ଓଡିଶା ଭଳି ରାଜ୍ୟ ଯେଉଁଠାରେ ପ୍ରାୟ ସମୟ ପ୍ରାକୃତିକ ବିପର୍ଯ୍ୟୟ ହେଉଛି | ପୂର୍ବରୁ ହୋଇଥିବା ମହାବାତ୍ୟା ଓ ଫନି ବାତ୍ୟା ପରେ ଓଡିଶାର ପ୍ରଭୂତ କ୍ଷତି ହୋଇଛି |

ସମ୍ବନ୍ଧିତ ଖବର