କେନ୍ଦ୍ର କମାଇଲା କିରୋସିନ କୋଟା, ଅଗଷ୍ଟରୁ ହିତାଧିକାରୀଙ୍କୁ ଅଢ଼େଇ ବଦଳରେ ମିଳିବ ୨ ଲିଟର କିରୋସିନ

ଭୁବନେଶ୍ବର: ଆସନ୍ତା ଅଗଷ୍ଟ ମାସରୁ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ୨ ଲିଟର କିରୋସିନ ମିଳିବ । ତେବେ ଏ ନେଇ ବିଧାନସଭାର ପ୍ରଶ୍ନ କାଳରେ ଉତ୍ତର ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି କି, ବର୍ତ୍ତମାନ ୩ କୋଟିରୁ ଅଧିକ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି । କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ।

ସେପଟେ ରାଜ୍ୟର ୪ଟି ଜିଲ୍ଲାରେ ବିନା କାର୍ଡଧାରୀଙ୍କୁ ଅଣ ରିହାତି ଦରରେ ଏହି କିରୋସିନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏତଦ୍ ବ୍ୟତୀତ ସମସ୍ତ ଜିଲ୍ଲାପାଳଙ୍କୁ ଅଣ ରିହାତି କିରୋସିନ ଆବଶ୍ୟକତା ଜଣାଇବା ପାଇଁ ବିଭାଗ ତରଫର ଅନୁରୋଧ କରାଯାଇଛି । ଜିଲ୍ଲାପାଳଙ୍କ ତଥ୍ୟ ହସ୍ତଗତ ହେଲେ ଅଣ ରିହାତି କିରୋସନ୍ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ସେହିଭଳି କଟକ, ଖୋର୍ଦ୍ଧା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଅଣ ରିହାତି କିରୋସିନ୍ ଆଶ୍ୟକତା ନେଇ ତାଲିକା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସମ୍ବନ୍ଧିତ ଖବର