ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଛି। ଏହା ପରେ ପ୍ରଚାର ମନା କରାଯାଇଛି ବୋଲି ଉପନିର୍ବାଚନକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ଧଳ କହିଛନ୍ତି। ସନ୍ଧ୍ୟା ୬ଟା ପରେ ଝାରସୁଗୁଡାରେ ଷ୍ଟାର ପ୍ରଚାରକ ତଥା ରାଜନୈତିକ ବ୍ୟକ୍ତିଙ୍କୁ ପ୍ରଚାର ଲାଗି ବାରଣ କରାଯାଇଛି। ସେ ବହୁମାତ୍ରାରେ ମତଦାନ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷରେ ୨୫୩ରୁ ୧୪୪ ବୁଥରେ ସେଣ୍ଟ୍ରାଲ ଟିମ ନିୟୋଜିତ କରାଯାଇଛି। ୨୬ଟି ପିଙ୍କ୍ ବୁଥ କରାଯାଇଛି। ୧୦୧୨ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ୯୬ ଜଣ ପୋଲିଂ କର୍ମଚାରୀଙ୍କୁ ରିଜର୍ଭ ରଖାଯାଇଛି। ଉପନିର୍ବାଚନରେ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିସହ ସମସ୍ତ ବୁଥରେ ୱେବ କାଷ୍ଟିଙ୍ଗ ହେବ। ପିଡବ୍ଲ୍ୟୁଡି ଭୋଟରଙ୍କ ପାଇଁ ୧୧୮ଟି ଅଟୋ ରିକ୍ସା ବ୍ୟବସ୍ଥା ଜିଲ୍ଲାପାଳଙ୍କ ଦ୍ୱାରା କରାଯାଇଛି। ଏଥିମଧ୍ୟରୁ ୬୯ ବୁଥରେ ମାଇକ୍ରୋ ଅବଜଭର ରଖାଯାଇଛି।
ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବ। ୧୭୧ଟି ଲାଇସେନ୍ସ ବନ୍ଧୁକ ଫେରାଇ ଅଣାଯିବା ସହ ୧୦୮ଟି ଏନ୍ବିଡବ୍ଲୁ କାର୍ଯ୍ୟକାରୀ କରାଯାଇଛି। ତେବେ ଏପର୍ଯ୍ୟନ୍ତ ୧୩ ଲକ୍ଷ ୨୪ ହଜାର ଟଙ୍କାର ବିଭିନ୍ନ ଜିନିଷ ଜବତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୨ଟି ଅଭିଯୋଗ ଆସିଥିବା ବେଳେ ୯ଟି ମଡେଲ କୋଡ ଅଫ୍ କଣ୍ଡକ୍ଟ ଅଭିଯୋଗ ଆସିଛି । ସେଥିପ୍ରତି ଧ୍ୟାନ ଦିଆଯାଇଛି। ସେପଟେ ନିର୍ବାଚନ ପାଇଁ ଭୋଟରଙ୍କୁ ସବୈତନ ଛୁଟି ଦେବାକୁ କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/Collage-Maker-08-May-2023-05-26-PM-4539-750x430-1.jpg)