ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ହିଂସା ଆଶଙ୍କା କରିଛି ବିଜେପି। ଆଜି ଏ ସମ୍ପର୍କରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟିଛନ୍ତି। ବିଜେପି ପକ୍ଷରୁ ସିଇଓଙ୍କୁ ୧୨୬ଟି ସମ୍ବେଦନଶୀଳ ଓ ୧୧୩ଟି ଅତି ସମ୍ବେଦନଶୀଳ ବୁଥ୍ର ତାଲିକା ଦିଆଯାଇଛି। ଏହି ବୁଥ୍ଗୁଡ଼ିକରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରାଯିବା ସହ ସିସିଟିଭି କ୍ୟାମେରା ଲଗାଇ ତାହାର ଭିଡିଓଗ୍ରାଫି କରିବାକୁ ଦଳ ଦାବି କରିଛି।
ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ଯେ ଗତକାଲି ପିପିଲି ବ୍ଲକ୍ ସହଜପୁର ପଞ୍ଚାୟତର ରାୟଗୁରପୁର ଗାଁରେ ବିଜେପିର ପ୍ରଚାର ରାଲି ଉପରେ ବିଜେଡି କର୍ମୀମାନେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ୨୦୧୯ ସାଧାରଣ ନିର୍ବାଚନ ସମୟରେ ବିଜେଡି ବିଭିନ୍ନ ସ୍ଥାନରେ ବୁଥ୍ ରିଗିଙ୍ଗ୍, ବୁଥ୍ କ୍ୟାପ୍ଚରିଂ ଓ ବୁଥ୍ରେ ହିଂସା କରିବାର ରାସ୍ତା ଆପଣାଇଥିଲା। ଏବେ ପୁଣି ଥରେ ନିର୍ବାଚନ ଜିତିବା ପାଇଁ ବିଜେଡି ପିପିଲି ଓ ଡେଲାଙ୍ଗ ବ୍ଲକ୍ରେ ପୂର୍ବ ପରି ରିଗିଂ ଓ କ୍ୟାପ୍ଚରିଂ କରିବାର ଆଶଙ୍କା ରହିଛି। ସିଇଓଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେପି ରାଜ୍ୟ ମୁଖପାତ୍ର ସୋନାଲି ସାହୁ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀ ଓ ଆଇନ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/bjp-a.jpg)