ରାଜ୍ୟର ବିଦ୍ୟୁତ ଗ୍ରାହକଙ୍କ ପାଇଁ ୪% ରିହାତି ଘୋଷଣା କଲା ସେସୁ

ଭୁବନେଶ୍ୱର : ରାଜ୍ୟରେ ଚାଲିଥିବା ଲକଡାଉନକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ବିଦ୍ୟୁତ ଗ୍ରାହକଙ୍କ ପାଇଁ କେତେକ ରିହାତି ଘୋଷଣା କରାଯାଇଛି । ଯେଉଁ ଗ୍ରାହକମାନେ ଧାର୍ଯ୍ୟତାରିଖ ମଧ୍ୟରେ ବିଦ୍ୟୁତ ଦେୟ ପୈଠ କରିବେ ସେମାନଙ୍କୁ ୪ ପ୍ରତିଶତ ରିହାତି ପ୍ରଦାନ କରାଯିବ । ଏହି ରିହାତି ପୂର୍ବରୁ ପ୍ରଚଳିତ ରିହାତି ଓ ପ୍ରେତ୍ସାହନ ସହ ଅତିରିକ୍ତଭାବେ ଲାଗୁ ହେବ । ଏପ୍ରିଲ ମାସର ଦେୟ ପ୍ରଦାନ ବେଳେ ଏହି ରିହାତି ମିଳିବ । ଯେଉଁମାନେ ମାର୍ଚ୍ଚ ମାସ ପାଇଁ ମାର୍ଚ୍ଚ ୨୨ରୁ ୩୧ ମଧ୍ୟରେ ଦେୟ ପ୍ରଦାନ କରିନାହାନ୍ତି, ସେମାନେ ମଧ୍ୟ ଏହି ରିହାତି ପାଇପାରିବେ ବୋଲି ସେସୁ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଲକଡାଉନ ନିୟମ ଓ ସୋସିଆଲ ଡିଷ୍ଟାନ୍ସିଂ ନିୟମକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଘରୁ ଘର ବୁଲି ବିଦ୍ୟୁତ ବିଲ ଦିଆନଯାଇ ତାହାକୁ ମୋବାଇକୁ ଏସଏମଏସ ମାଧ୍ୟମରେ ପଠାଯିବ । ସେହିପରି ଗ୍ରାହକମାନେ ଅନଲାଇନ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟାଙ୍କିଙ୍ଗ୍,ଡେବିଟ କାର୍ଡ, କ୍ରେଡିଟ କାର୍ଡ ମାଧ୍ୟମରେ ପୈଠ କରିହେବ । ଲକଡାଉନ ଯୋଗୁଁ ମିଟର ରିଡିଂ ନେବା ସମ୍ଭବ ହେଉନଥିବାରୁ ପୂର୍ବ ରିଡିଂ ଅନୁସାରେ ବିଲ ପ୍ରସ୍ତୁତ ହେବ ।

ସମ୍ବନ୍ଧିତ ଖବର