ବିଦ୍ୟୁତ ଚୋରି ଧରାଇ ପୁରସ୍କାର ପାଇଲେ ଯୁବକ, ଟ୍ୱିଟ୍ କରି ପ୍ରଶଂସା କଲେ ସେସୁ ସିଇଓ

ଭୁବନେଶ୍ବର:  ବିଦ୍ୟୁତ ଚୋରି ଧରାଇ ପୁରସ୍କାର ପାଇଛନ୍ତି ଯୁବକ । ଶେଖ୍  ରଫିକୁଦ୍ଦିନ୍ ନାମକ ଜଣେ ଯୁବକ ବିଦ୍ୟୁତ ଚୋରି  ବିଷୟରେ ଖବର ଦେଇ ସେସୁ ଦ୍ବାରା ପୁରସ୍କୃତ ହୋଇଛନ୍ତି। ପୁରସ୍କାର ସ୍ୱରୂପ ଜରିମାନା ଅର୍ଥର ୧୦ ପ୍ରତିଶତ ତାଙ୍କୁ ପ୍ରଦାନ କରାଯାଇଛି । ଟ୍ୱିଟ ମାଧ୍ୟମରେ ସେ ନିଜେ ଏକଥା ପ୍ରକାଶ କରିଛନ୍ତି । ତେବେ ସେସୁର ସିଇଓ ଅରୁଣ ବୋଥ୍ରା ମଧ୍ୟ ଦାୟିତ୍ୱବାନ ନାଗରିକର କର୍ତ୍ତବ୍ୟ କରିଥିବା ଯୁବକଙ୍କ ଉଦ୍ଦେଶ୍ୟରେ ରିଟ୍ୱିଟ୍ କରିଛନ୍ତି ଏବଂ ତାଙ୍କୁ ସାବାସୀ ଦେଇଛନ୍ତି ।

ସେସୁର ଘୋଷଣା ମୁତାବକ ଶେଖ୍  ରଫିକୁଦ୍ଦିନ୍ ନାମକ ଜଣେ ଯୁବକ ବିଦ୍ୟୁତ ଚୋରି  ବିଷୟରେ ସେସୁ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ଅଭିଯୋଗ ଆଧାରରେ ବିଦ୍ୟୁତ ଚୋରି କରୁଥିବା ବ୍ୟକ୍ତିଙ୍କ ଘରେ ଚଢ଼ଉ ହୋଇଥିଲା ଓ ତାଙ୍କ ଠାରୁ ଜରିମାନା ଆଦାୟ ହୋଇଥିଲା।  ପୁରସ୍କାର ପାଇବା ପରେ ଯୁବକ ଜଣକ ସେସୁ ସିଇଓ ଅରୁଣ ବୋଥ୍ରାଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏପରି ଘଟଣାର ପୁନରାବୃତ୍ତି ହେଲେ ଲୋକେ ସଚେତନ ହେବା ସହ ବିଦ୍ୟୁତ ଚୋରି ରୋକାଯାଇପାରିବ ବୋଲି ଆଶା କରାଯାଉଛି । ଦିନକୁ ଦିନ ବଢ଼ୁଥିବା ବିଜୁଳି ଚୋରିକୁ ରୋକିବା ପାଇଁ କିଛି ଦିନ ପୂର୍ବରୁ ସେସୁ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା । ବିଦ୍ୟୁତ ଚୋରି ସଂକ୍ରାନ୍ତରେ ଖବର ଦେଲେ ପୁରସ୍କାର ମିଳିବ ବୋଲି କହିଥିଲେ ସେସୁ ସିଇଓ ଅରୁଣ ବୋଥ୍ରା

ସମ୍ବନ୍ଧିତ ଖବର