ବିଜୁଳି ଛାଟ: ୫ ଦିନରେ ୨୫ କୋଟି ଆଦାୟ

ଭୁବନେଶ୍ୱର : ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍‌ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ୫ମ ଦିନରେ ପହଞ୍ଚିଛି। ୫ ଦିନରେ ସେସୁ ୨୫ କୋଟି ଟଙ୍କା ବକେୟା ବିଲ୍‌ ଆଦାୟ କରିବାକୁ ସକ୍ଷମ ହୋଇଛି। ୭୬୯୧ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ଦେୟ ପୈଠ କରିବା ପରେ ୩୩୭୫ଟି ପୁନଃ ସଂଯୋଗ ଦିଆଯାଇଛି। ଅନ୍‌ଲାଇନ୍‌ରେ ୧ କୋଟି ୯୬ ଲକ୍ଷ ଆଦାୟ ହୋଇଥିବା ବେଳେ ନଗଦ ୨୩ କୋଟି ୬ ଲକ୍ଷ ଆଦାୟ ହୋଇଛି।

ଆଜି ପଞ୍ଚମ ଦିନରେ ୧୪୧୬ଟି ବାଣିଜ୍ୟିକ ପ୍ରତିଷ୍ଠାନର ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯାଇଛି ଓ ୪ କୋଟି ୫୩ ଲକ୍ଷ ଟଙ୍କା ବକେୟା ବିଲ୍ ଆଦାୟ ହୋଇଛି। ଆଜି ବକେୟା ରାଶି ଆଦାୟ କରିବା ପାଇଁ ୪୮୦ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ୨୪୭ଟି ସେକ୍ସନରେ ୧୦ ହଜାର ୧୨୭ ବାଣିଜ୍ୟିକ ପ୍ରତିଷ୍ଠାନରେ ଚଢ଼ଉ କରିଥିବା ବେଳେ ୫ ଦିନରେ ୫୦ ହଜାର ୫୩୩ ବାଣିଜ୍ୟିକ ପ୍ରତିଷ୍ଠାନରେ ଚଢ଼ଉ ହୋଇଛି।

ଆଜିର ଅଭିଯାନରେ ଭୁବନେଶ୍ବର ବିସିଡିଡି-୨ରେ ସର୍ବନିମ୍ନ ୧୬ଟି ସଂଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ସର୍ବନିମ୍ନ ମାର୍ଶାଘାଇ କେଇଡି-୨ରେ ସର୍ବନିମ୍ନ ୪ ଲକ୍ଷ ୭୪ ହଜାର ଆଦାୟ ହୋଇଥିଲା। ଢେଙ୍କାନାଳରେ ସର୍ବାଧିକ ୧୪୩ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବେଳେ ଭୁବନେଶ୍ବର ବିସିଡିଡି-୨ ଅଞ୍ଚଳରେ ସର୍ବାଧିକ ୬୯ ଲକ୍ଷ ୮୯ ହଜାର ଟଙ୍କା ବକେୟା ରାଶି ଆଦାୟ ହୋଇଛି।

ସମ୍ବନ୍ଧିତ ଖବର