ଫୁଲବାଣୀ : ଫୁଲବାଣୀ ଜାମା ମସଜିଦର ସଭାପତି ତଥା ସମସ୍ତ ପାଖରେ ଚାଚା ଭାବେ ବେଶ ପରିଚିତ ମହମ୍ମଦ ସାଫିର ଆଉ ନାହାନ୍ତି। କିଛି ଦିନ ହେଲା ସେ ଅସୁସ୍ଥ ଥିବା ବେଳେ ଗତକାଲି ରାତିରେ ତାଙ୍କର ପରଲୋକ ହୋଇ ଯାଇଛି। ତାଙ୍କ ମୃତ୍ୟୁରେ ସମଗ୍ର ଫୁଲବାଣୀରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ମହମ୍ମଦ ସାକିଲ, ମହମ୍ମଦ ସାହିଲଙ୍କ ସମେତ ପରିବାର ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। ଆଜି ସକାଳ ୧୧ଟାରେ ପିଅନପଡା କବରଖାନାରେ ସମାଜିକ ଦୂରତା ରଖି ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା। ସେ ଜଣେ ଭଦ୍ର ଓ ମିଷ୍ଟଭାସୀ ବ୍ୟକ୍ତି ଥିଲେ। ସେ ସବୁ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ସମ୍ପର୍କ ସୃଷ୍ଟି କରି ଫୁଲବାଣୀରେ ସମସ୍ତଙ୍କର ଆଦରଣୀୟ ଥିଲେ। ସେ ଥରେ କାଉନସିଲର ଥିବା ବେଳେ କଂଗ୍ରେସର ବିଭିନ୍ନ ପଦପଦବୀରେ ରହି ନିଜର କାର୍ଯ୍ୟ ଠିକ ଭାବେ ନିର୍ବାହ କରିଥିଲେ। ସେ ଫୁଲବାଣୀ ଏସିଆନ ଗ୍ୟାସ ଡିଷ୍ଟ୍ରିବୁଟର ସତ୍ତ୍ବାବଧାରକ ଥିବା ବେଳେ ସେ ମଧ୍ୟ ଜଣେ ଭଲ ଫୁଟବଲ ଖେଳାଳୀ ଥିଲେ।
ତାଙ୍କ ମୃତ୍ୟୁ ଖବର ପାଇ ସବୁ ସମ୍ପ୍ରଦାୟର ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଚାଚା ମହମ୍ମଦ ସାଫିରଙ୍କ ବିୟୋଗରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ,ପୂର୍ବତନ ସାଂସଦ ରାଧକାନ୍ତ ଦିଗାଲ,ପୂର୍ବତନ ବିଧାୟକ ଅଭିମୁନ୍ୟ ବେହେରା,ପୂର୍ବତନ ମନ୍ତ୍ରୀ ନାଗାର୍ଜୁନ ପ୍ରଧାନ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା,ରାଜ୍ୟସଭା ସାଂସଦ ମୁନା ଖାଁ,ବିଜେଡି ସଂଖ୍ୟାଲଘୁ ସେଲ ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ,ବରିଷ୍ଠ ସାମ୍ବାଦିକ ନାଜିର ଆକତାର,ଜାମା ମସଜିଦର ସମ୍ପାଦକ ମହମ୍ମଦ ଲତିଫଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଏବଂ ସାମ୍ବାଦିକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/plbapl16-dead-chacha.jpg)