ମହିଳାଙ୍କ ବେକରୁ ହାର ଛିଣ୍ତାଇ ଫେରାର ହୋଇଯାଉଥିବା ଦୁଇ ଲୁଟେରାଙ୍କୁ କାବୁ କରିଲେ ଯୁବକ

ଚାନ୍ଦବାଲି: ଚାନ୍ଦବାଲି-ଭଦ୍ରକ ରାସ୍ତାରେ ଥିବା ମତୋର  ଚଷାଖଣ୍ଡ  ସ୍କୁଲ ନିକଟରେ ଦେବକୀ ବେହେରା ନାମକ ଜଣେ ମହିଳା ନିଜ ଘର ନିକଟରେ ବସକୁ ଅପେକ୍ଷା କରିଥିବା  ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ତାଇ ନେଇ ଦୁଇ  ଯୁବକ ଚାନ୍ଦବାଲି ଅଭିମୁଖେ  ଫେରାର ହୋଇଯାଇଥିଲେ। ଘଟଣା ପ୍ରଘଟ ହେବା ପରେ ସଂଗେସଂଗେ କିଛି ଯୁବକ ଦୁଇ ଲୁଟେରାଙ୍କୁ ବାଇକରେ ପିଛା କରିଥିଲେ. ଚାନ୍ଦବାଲି କାଳୀ ମନ୍ଦିର ନିକଟରେ ଦୁଇଜଣଙ୍କୁ କାବୁ କରି ପୁଲିସରେ ଜିମା ଦେଇଛନ୍ତି। ଦୁଇଜଣଙ୍କ ସହ ଆପାଚି ଗାଡ଼ି ଅଟକ କରି  ଚାନ୍ଦବାଲି ପୁଲିସ ଘଟଣାର ତଦନ୍ତ କରୁଛ।

ଚେନ ଲୁଟ୍ ଘଟଣା  ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଆପାଚି ଗାଡ଼ିରେ ଦୁଇ ଲୁଟେରା ସୁନା ଚେନ ଛିଣ୍ତାଇ ନେବା ଘଟଣା ଚାନ୍ଦବାଲିରେ ପ୍ରଥମ ହୋଇଥିବା ବେଳେ  ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧିତ ଖବର