ଭୁବନେଶ୍ୱର : ଆସନ୍ତା ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାତୀୟ ଜନଜାତି କମିସନ ଅଧ୍ୟକ୍ଷ ନନ୍ଦ କୁମାର ସାଏଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିନିଧି ଦଳ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତିି। ଏହି ଗସ୍ତ ସମୟରେ ସେ ୧୭ ତାରିଖ ଅପରାହ୍ଣ ୨.୩୦ ମିନିଟ୍ରେ ରାଉରକେଲା ସର୍କିଟ୍ ହାଉସ୍ରେ ଜନଜାତି ପ୍ରତିନିଧିଙ୍କ ସହ ସାକ୍ଷାତ କରିବେ। ସେହିପରି ୧୮ ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ଝାରସୁଗୁଡ଼ା ସର୍କିଟ୍ ହାଉସ୍ରେ ମହାନଦୀ କୋଇଲା କମ୍ପାନି ଦ୍ୱାରା ଅଧିକୃତ ଜମି ସମସ୍ୟା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ ନିୟୋଜନ, ଥଇଥାନ, ପୁନର୍ବାସ ଉପରେ ଜନଜାତି ପ୍ରତିନିଧିଙ୍କ ସହିତ ସାକ୍ଷାତ କରି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।
ରାଉରକେଲା, ଝାରସୁଗୁଡ଼ା ଆସିବେ ଜାତୀୟ ଜନଜାତି କମିସନ ଅଧ୍ୟକ୍ଷ
/sambad/media/post_attachments/wp-content/uploads/2018/01/nanda-kumar.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)