ବୀମା ପ୍ରାଧିକରଣ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ

ଭୁବନେଶ୍ବର : ବୀମା ନିୟାମକ ତଥା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଖୁଣ୍ଟିଆ ଓଡ଼ିଶା ଗସ୍ତ‌େର ଆସି ଭୁବନେଶ୍ବରସ୍ଥିତ ବୀମା ଲୋକପାଳ ଅଫିସ୍‌ ପରିଦର୍ଶନ କରିଛନ୍ତି। ଓଡ଼ିଶାର ବୀମା ଲୋକପାଳ ସୁରେଶ ଚନ୍ଦ୍ର ପଣ୍ଡା ଓ ଅନ୍ୟ ଅଧିକାରୀଙ୍କ ସହ ସେ ଆଲୋଚନା କରିବା ସହ ବୀମା ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗର ଶୁଣାଣି ଓ ସମାଧାନ ବିଷୟରେ ସମୀକ୍ଷା କରିଥିଲେ। ୨୦୧୯-୨୦ ଆର୍ଥିକ ବର୍ଷରେ ମୋଟ ୧୨୦୦ ମାମଲାରୁ ୧୦୪୭ଟି ମାମଲାର ଶୁଣାଣି ଓ ସମାଧାନ କରାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଗତ ଜାନୁଆରି ୩୧ ତାରିଖ ସୁଦ୍ଧା ୮୧୦ଟି ମାମଲା ମଧ୍ୟରୁ ୭୩୯ଟି ମାମଲାର ଶୁଣାଣି ଓ ସମାଧାନ ହୋଇପାରିଛି। କେସ୍‌ ପଞ୍ଜୀକରଣ ହେବାର ୯୦ ଦିନ ମଧ୍ୟରେ ଶୁଣାଣି ଓ ସମାଧାନ ହେଉଥିବାରୁ ଶ୍ରୀ ଖୁଣ୍ଟିଆ ସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର