କଟକ ବଡ଼ ମେଡିକାଲରେ ପହଁଚିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ

କଟକ: କଟକ ଏସସିବିରେ ପହଁଚିଲେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଗଞ୍ଜାମ ନାବାଳିକାଙ୍କୁ ଭେଟିବାକୁ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କଟକ ବଡ଼ ମେଡିକାଲରେ ପହଞ୍ଚିଛନ୍ତି। ପିଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ଚିକିତ୍ସା କିଭଳି ଚାଲିଛି ସେନେଇ ଅନୁଧ୍ୟାନ କରିଛନ୍ତି। ଏହାକୁ ନେଇ ସେ ଏସସିବି ମେଡିକାଲ କତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟଯେ ଗତକାଲି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି ନିକଟସ୍ଥ ସୋରଳରେ ଜଣେ ସାତ ବର୍ଷର ନାବାଳିକା ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ନାବାଳିକା ବେକକୁ ଛୁରୀରେ କାଟିଥିଲେ ଦୁର୍ବୃତ୍ତ। ନାବାଳିକାକୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇଥିଲା।

ସୋରଳ ଓଡ଼ିଆ ଓଡିଆର୍ .ପି କଲୋନୀର ରୁତୁ ବେହେରା ନାମରେ ଜଣେ ଯୁବକ ସେହି ଅଞ୍ଚଳର ୭ ବର୍ଷର ନାବାଳିକାକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାକୁ ଗୁରୁତର ଅବସ୍ଥାରେ ପ୍ରଥମେ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗ୍ରାମବାସୀ ଉକ୍ତ ଯୁବକକୁ କାବୁ କରି ନିସ୍ତୁକ ମାଡ଼ ମାରିଥିବା ବେଳେ ପୁଲିସ ପହଞ୍ଚି ଯୁବକକୁ ଉଦ୍ଧାର କରିଥିଲା।

ସମ୍ବନ୍ଧିତ ଖବର