ଜୟପୁର: ଗତ ୫ବର୍ଷ ହେ‌ବ ବବାର୍ଦ୍ଧକ୍ୟ ଭତ୍ତା ଓ ପକ୍କାଘର ଖଣ୍ଡିକ ପାଇଁ ଆବେଦନ କରି କରି ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକକୁ ଦୌଡି ନୟାନ୍ତ ହେବା ପରେ ବି ଭତ୍ତା କିମ୍ବା ସରକାରୀ ଯୋଜନା ପାଇବାର ସୁଫଳ ପାଇପାରୁ ନାହାନ୍ତି ଜଣେ ଯୋଗ୍ୟ ହିତାଧିକାରୀ ବୃଦ୍ଧା। ଭତ୍ତା ଓ ମୁଣ୍ଡଗୁଜିଂବା ପାଇଁ ପକ୍କାଘର ଖଣ୍ଡିକ ପାଇଁ ଆପେକ୍ଷା କରି ରହିଛନ୍ତି ଜୟପୁର ବ୍ଲକ ରଣ୍ଡାପାଲ୍ଲୀ ପଂଚାୟତ ବୈରାଗୀମଠ ଗାଁର ବୃଦ୍ଧା ଚଇତି ମାଳି। ୮୦ବର୍ଷ ବୟସ୍କ ଚଇତି ବାର୍ଦ୍ଧକ୍ୟ ଭତ୍ତା ବି ପାଇ ପାରିନାହାନ୍ତି।

Advertisment

ଆବେଦନ କରି ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକକୁ  ଦୌଡିବା ପରେ ମଧ୍ୟ କିଛି ଫଳ ମିଳିନି। ବୟସର ସାୟାହ୍ନରେ ସହର ଓ ଗାଁରେ ମୁଢ଼ି ବିକ୍ରୀ କରି ବଂଚୁଛନ୍ତି।  ବ୍ଲକର ୫କିଲୋମିଟର ପରିଧିରେ ରହି ସୁଦ୍ଧା ଏହି ଯୋଗ୍ୟ ହିତାଧିକାରୀ ବୃଦ୍ଧା ଜଣକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇ ନ ପାରିବା ସରକାରୀ ଯୋଜନାର ସଫଳତା ପ୍ରତି ଅଙ୍ଗୁଳି ଉଠୁଛି। ବାରମ୍ବାର ବୃଦ୍ଧା ଜଣକ ଦୌଡି ଦୌଡ଼ି ସରକାରୀ ଯୋଜନା ଗୁଡିକରେ ସେ ସାମିଲ ହୋଇପାରିବେ କି ନାହିଁ ବୋଲି ନିରାଶ ହୋଇ ପଡ଼ିଛନ୍ତି। ଜିଲ୍ଲାପ୍ରଶାସନ ତୁରନ୍ତ ଏଦିଗରେ ଦୃଷ୍ଟି ଦେଇ ସରକାରୀ ଯୋଜନାରେ ସାମିଲ କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।