ମଣ୍ଡିରେ ଅଚଳାବସ୍ଥାର ପ୍ରତିବାଦ କରି ସୁନ୍ଦରଗଡ଼ରେ ବିଜେପିର ଚକାଜାମ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ବିଜେପିର ଚକାଜାମ। ମଣ୍ଡିରେ ଅଚଳାବସ୍ଥାର ପ୍ରତିବାଦ କରି ସହରର ରାଣୀବଗିଚା ଵାଏପାସ, କିରେଇ ଛକ ଓ କଲେଜ ରାସ୍ତା ବେଲଯୋରି ଛକରେ ରାସ୍ତା ଅବରୋଧ କରିଛନ୍ତି ଦଳର କର୍ମକର୍ତ୍ତା ଓ କର୍ମୀ। ବେଲଯୋରି ଛକରେ ଵିଧାୟିକା କୁସୁମ ଟେଟେଙ୍କ ନେତୃତ୍ଵରେ ରାସ୍ତା ଅବରୋଧ କରାଯାଇଛି। ରାସ୍ତାଟି ହେମଗିର ଏମସିଏଲକୁ ସଂଯୋଗ କରୁଥିବା ଵେଳେ ଅଵରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ଶହଶହ କୋଇଲା ଟ୍ରକ ଓ ଅନ୍ୟ ଗାଡ଼ିମଟର ଅଟକି ରହିଛି।

ଠିକ୍ ସେହିପରି ମଣ୍ଡି ସମସ୍ୟା, ଚାଷୀଙ୍କ ଧାନ କିଣା ଯାଉ ନ ଥିବା ପ୍ରତିବାଦରେ ରାଉରକେଲା ବିଜେପି ପକ୍ଷରୁ ବେଦବ୍ୟାସ ଛକରେ ନେତା ଓ କର୍ମୀ ଙ୍କ ଚକାଜାମ ଆନ୍ଦୋଳନ କରାଯାଇଛି।

ଠିକ୍ ସେହିପରି ସମ୍ବଲପୁର ଓ ଦେବଗଡ଼ରେ ବି ବିଜେପିର ଚକାଜାମ ଜାରି ରହିଥିବାର ଖବର ମିଳିଛି।

 

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସଂସ୍ଥାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ପୂର୍ବତନ ବିଧାୟକ ରବି ନାୟକ, ରେଢ଼ାଖୋଲ ବିଜେପି ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିବାର ଖବର ମିଳିଛି।

 

 

ସମ୍ବନ୍ଧିତ ଖବର