‘ଭାରତ ବନ୍ଦ’ ସମୟରେ ବିନା ହେଲମେଟରେ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କର କଟିବ ଚାଲାଣ

ଭୁବନେଶ୍ବର: ବିନା ହେଲମେଟରେ ବାଇକ ରାଲି କରିଥିବା ବନ୍ଦ ସମର୍ଥନକାରୀଙ୍କର କଟିବ ଚାଲାଣ। ବିନା ହେଲମେଟରେ ଭାରତ ବନ୍ଦରେ ସାମିଲ ହୋଇ ବାଇକ ରାଲି କରିଥିବା ବିକ୍ଷୋଭକାରୀଙ୍କ ଚାଲଣ କାଟିବ କମିସନରେଟ୍ ପୁଲିସ । ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବି‌କ୍ଷୋଭକାରୀଙ୍କ ଗାଡ଼ି ନମ୍ବର ରଖାଯାଇଛି ଏବଂ ପରେ ସେମାନଙ୍କ ଘର ଠିକଣାରେ ଚାଲାଣ ପଠାଇ ଦିଆଯିବ ବୋଲି ଆଜି ଭୁବନେଶ୍ବର-କଟକ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Section 144 to be imposed at Sakhigopal temple in Puri

ଆଜି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନ ଗୁଡ଼ିକ ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଏହାକୁ ସମର୍ଥନ କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ‘ଭାରତ ବନ୍ଦ’ର ପ୍ରଭାବ ପଡିଥିବା ଦେଖିବାକୁ ମିଳିଥିଲା। ତେବେ କଟକଣା ମାନି ଶାନ୍ତିପୂର୍ଣ୍ଣଭାବେ ଆନ୍ଦୋଳନ କରିବା ପାଇଁ କେନ୍ଦ୍ର କହିଥିବା ବେଳେ ଭୁବନେଶ୍ବରରେ କିଛି ବିକ୍ଷୋଭକାରୀ ହେଲମେଟ ନ ପିନ୍ଧି ବାଇକ ରାଲି କରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଦେଖାଯାଇଥିଲା। ବନ୍ଦ ସମର୍ଥନରେ ବାହାରିଥିବା କିଛି ବିକ୍ଷୋଭକାରୀ ହେଲମେଟ ପିନ୍ଧ ନଥିବାରୁ ଏବେ ସେମାନଙ୍କ ଗାଡ଼ି ନମ୍ବର ରଖି ଘରକୁ ଚାଲାଣ ପଠାଯିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଏହା ସହ ଭୁବନେଶ୍ବର-କଟକରେ ଭାରତ ବନ୍ଦ ପାଳନ ସମୟରେ କୌଣସି ଅଘଟଣ ଘଟି ନଥିବା ସ୍ପଷ୍ଟ କରିଛନ୍ତି ସେ ।

ସମ୍ବନ୍ଧିତ ଖବର