ନବୀନ ନିବାସରେ ସନା ମହାକୁଡ଼

ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ଚମ୍ପୁଆର ସ୍ବାଧୀନ ବିଧାୟକ ସନାତନ ମହାକୁଡ଼ ଆଜି ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ‌େଭଟିଛନ୍ତି। ଏହାପରେ ସନା ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। କିଛି ଦିନ ପୂର୍ବେ ସନା ନିଜେ ଗଢ଼ିଥିବା ଜନ ସମୃଦ୍ଧି ପାର୍ଟିର ସଭାପତି ପଦରୁ ଇସ୍ତଫା ଦେବା ପରେ ସେ କେଉଁ ଦଳରେ ଯୋଗଦେବେ ସେନେଇ ଚର୍ଚ୍ଚା ଧରିଥିଲା। ହେଲେ ସନା କିଛି ସ୍ପଷ୍ଟ କରିନଥିଲେ। ଆଜି ସନା ନବୀନ ନିବାସକୁ ଆସିବା ପରେ ସେ ବିଜେଡିରେ ମିଶିବେ ନା ଚମ୍ପୁଆରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର