ଗଜହତ୍ୟା ଘଟଣା: ଚମ୍ପୁଆ ରେଞ୍ଜର ନିଲମ୍ବିତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବୈତରଣୀ ସଂରକ୍ଷିତ ଜଙ୍ଗଲର ଗୁରୁବେଡ଼ାଠାରେ ରଜରେ ଦୁଇ ୨ହାତୀଙ୍କୁ ହତ୍ୟା ଘଟଣାରେ ଚମ୍ପୁଆ ଫରେଷ୍ଟ ରେଞ୍ଜ ଅଫିସର କାଶୀନାଥ ହେମ୍ବ୍ରମଙ୍କୁ ନିଲମ୍ବିତ କରାଯାଇଛି। ପିସିସିଏଫ ଡ. ସନ୍ଦୀପ ତ୍ରିପାଠୀଙ୍କ ଆଦେଶ ନମ୍ବର ୫୯୯, ତାରିଖ ୨୨/୬/୨୦୨୦ ବଳରେ ଶ୍ରୀ ହେମ୍ବ୍ରମଙ୍କୁ ନିଲମ୍ବିତ କରାଯାଇଛି। ଏହାପୂର୍ବରୁ ଗତ ୧୭ ତାରିଖରେ ଯୋଡା ସେକ୍ସନର ଫରେଷ୍ଟର ପିଅନ ନାଏକ ଏବଂ ଜୁରୁଡି ବିଟ୍‌ର ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ଦେଓଙ୍କୁ ନିଲମ୍ବିତ କରାଯାଇଥିଲା।

ଘଟଣାରୁ ପ୍ରକାଶ ଯେ, ଗତ ୧୪ ତାରିଖରେ ବୈତରଣୀ(ଖ) ସଂରକ୍ଷିତ ଜଙ୍ଗଲରେ ହାତୀ ଦୁଇଟିର ମୃତଦେହ ଠାବ କରାଯାଇଥିଲା । ଏହି ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା। ପିସିସିଏଫ କାର୍ଯ୍ୟାଳୟର ଅର୍ଡର ନମ୍ବର ୫୯୯ ଅନୁସାରେ, ହାତୀ ମୃତ୍ୟୁ ଘଟଣାରେ ପିସିସିଏଫ ଏବଂ ମୁଖ୍ୟ ବନ୍ୟଜନ୍ତୁ ୱାଡେନଙ୍କ ରିପୋର୍ଟକୁ ଆଧାର କରି ଦାୟିତ୍ୱରେ ଅବହେଳା କାରଣରୁ ରେଞ୍ଜ ଅଫିସର ଶ୍ରୀ ହେମ୍ବ୍ରମଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର