ଚମ୍ପୁଆ ବିଧାୟକଙ୍କ ଏତଲା ରଦ୍ଦ ମାମଲା ଶୁଣାଣି ୧୩ରେ

କଟକ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ପକ୍ଷରୁ ଏତଲା ରଦ୍ଦ କରିବା ନେଇ ହାଇକୋର୍ଟରେ ଦାୟର ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୩ରେ ହେବ। ଜଷ୍ଟିସ ଶତ୍ରୁଘ୍ନ ପୂଜହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ହୋଇଥିଲା। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ବି‌େରାଧରେ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନାରେ ଅଭିଯୋଗ ହୋଇଥିଲା। ବଳଭଦ୍ର ପାତ୍ରଙ୍କ ଏତଲାକ୍ରମେ ପୁଲିସ ଗତ ବର୍ଷ ଏହି ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର