ଆରମ୍ଭ ହେଲା ମହାପ୍ରଭୁଙ୍କ ଚନ୍ଦନଯାତ୍ରା

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସହ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଚଳନ୍ତି ପ୍ରତୀମା ମଦନମୋହନ ସ୍ବତନ୍ତ୍ର ମଣି ବିମାନରେ ଶ୍ରୀମନ୍ଦିରରୁ ବାହାରି ନରେନ୍ଦ୍ର ପୁଷ୍କରିଣୀ ଚନ୍ଦନ ଚକଡ଼ାରେ ପହଞ୍ଚିବା ପରେ ନନ୍ଦା-ଭଦ୍ରାରେ ବସି ନରେନ୍ଦ୍ର ଜଳରେ ଚାପ(ନୌବିହାର) ଖେଳିଛନ୍ତି। ସାଙ୍ଗରେ ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣ, ପଞ୍ଚୁପାଣ୍ଡବ ଭାବେ ଜଣାଶୁଣା ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ମଧ୍ୟ ନିଜ ନିଜ ବିମାନ, ପାଲିଙ୍କିରେ ବିଜେକରି ନରେନ୍ଦ୍ର ପୁଷ୍କରିଣୀଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ସହ ନୌବିହାର କରିଛନ୍ତି। ସେପଟେ ଚାପ ଖେଳ ପରେ ମହାପ୍ରଭୁ ନରେନ୍ଦ୍ର ଚକଡ଼ାରେ ଚନ୍ଦନ କୁଣ୍ଡର ଶୀତଳ ଜଳରେ ସ୍ନାନ କରିଛନ୍ତି। ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ଭକ୍ତ ଚନ୍ଦନଯାତ୍ରା ଦେଖିବାରୁ ବଞ୍ଚିତ ଥିଲେ। ତେଣୁ ଚଳିତ ବର୍ଷ ଭକ୍ତଙ୍କୁ ଏହି ସୁଯୋଗ ପୁଣିଥରେ ମିଳିଛି।

ସମ୍ବନ୍ଧିତ ଖବର