ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଡ୍ରାଇଭର ଚନ୍ଦନ ଦ୍ବିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ଇଡି କାର୍ଯ୍ୟାଳୟରେ ଜେରାରୁ ବାହାରିବା ପରେ ସୋମବାର ଗଣମାଧ୍ୟମ ନିକଟରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇଡିର ଜେରାରେ ସେ ସଂପୂର୍ଣ୍ଣ ସହଯୋଗ କରିଛନ୍ତି। ଚନ୍ଦନଙ୍କ ଓକିଲ ପ୍ରତିକ୍ରିୟାରେ କହିଛନ୍ତି ଆଜି ବ୍ୟାଙ୍କ ଟ୍ରାଞ୍ଜାସନ ଉପରେ ଇଡି ମାଗିଥିବା ତଥ୍ୟ ଇଡିକୁ ଦିଆଯାଇଛି।
ଏହା ପୂର୍ବରୁ ଇଡି ଗତ ୨୫ ତାରିଖରେ ଅର୍ଚ୍ଚନାର ଗୁମର ଖୋଲିଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ସମେତ ଡ୍ରାଇଭର ଚନ୍ଦନକୁ ପଚରାଉଚରା କରିଥିଲା। ସେଦିନ ପ୍ରାୟ ୧୪ ଘଣ୍ଟାର ଜେରା ପରେ ଶ୍ରଦ୍ଧାଞ୍ଜଳି ଇଡି ଅଫିସରୁ ବାହାରିଥିଲେ। ସେହିପରି ଇଡି ଡ୍ରାଇଭର ଚନ୍ଦନଙ୍କୁ ୯ ଘଣ୍ଟାର ଜେରା କରିଥିଲା। ଇଡି କାର୍ଯ୍ୟାଳୟରୁ ବାହାରିଲା ପରେ ଶ୍ରଦ୍ଧାଞ୍ଜଳି ଗଣମାଧ୍ୟମର ପ୍ରତିନିଧିଙ୍କୁ କୌଣସି ପ୍ରତିକ୍ରିୟା ଦେଇ ନ ଥିଲା ବେଳେ ଚନ୍ଦନ କହିଥିଲେ ଯେ, ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/14d41c88-bb07-4543-86dd-2fe5cdcdedee.jpg)