ଆଗକୁ ଚନ୍ଦନଯାତ୍ରା, ହେଲେ ଅପ୍ରସ୍ତୁତ ନରେନ୍ଦ୍ର

ଆଗକୁ ଚନ୍ଦନଯାତ୍ରା, ହେଲେ ଅପ୍ରସ୍ତୁତ ନରେନ୍ଦ୍ର

ପୁରୀ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନଯାତ୍ରା। ୨୧ ଦିନ ମହାପ୍ରଭୁ ଜଳକ୍ରୀଡ଼ା କରିବେ। କିନ୍ତୁ ପ୍ରସ୍ତୁତ ହୋଇପାରିନି ମହାପ୍ରଭୁଙ୍କ ନରେନ୍ଦ୍ର ପୁଷ୍କରିଣୀ । ନରେନ୍ଦ୍ରର ଯେଉଁ ବିକାଶ କାର୍ଯ୍ୟ ଚାଲିଛି, ତାହା ଏବେ ଅସମ୍ପୂର୍ଣ୍ଣ ଅବସ୍ଥାରେ। ଚାରିପାର୍ଶ୍ବରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଛି। ସେପଟେ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବ ଓ ଚନ୍ଦନ ଚକଡ଼ାର ବିକାଶ ପାଇଁ ପାଣି ଶୁଖାଇ ଦିଆଯାଇଥିଲା। ଫଳରେ ନରେନ୍ଦ୍ରର ଜଳପତନ ବି କମିଯାଇଛି। ଏଭଳି ସ୍ଥିତିରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସହ ପଞ୍ଚ ମହାଦେବ ଡଙ୍ଗାରେ ବସି କିଭଳି ଜଳକ୍ରୀଡ଼ା କରିବେ, ତାହା ଚିନ୍ତାର ବିଷୟ ପାଲଟିଛି।

publive-image

ସେପଟେ ପ୍ରତିଦିନ ଜଳକ୍ରୀଡ଼ା ପାଇଁ ଶ୍ରୀମନ୍ଦିର ବାହାରି ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ଶ୍ରୀରାମ, ଶ୍ରୀକୃଷ୍ଣ ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ। ପଞ୍ଚ ମହାଦେବ ବି ନିଜ ନିଜ ମନ୍ଦିରରୁ ବାହାରି ସିଂହଦ୍ବାରରେ ଏକାଠି ହେବା ପରେ ଚନ୍ଦନ ଚକଡ଼ା ଅଭିମୁଖେ ଯାତ୍ରା କରିବେ। ଜଳକ୍ରୀଡ଼ା ସାରି ପୁଣି ଦେବଦେବୀ ଶ୍ରୀମନ୍ଦିର ଓ ପଞ୍ଚ ମହାଦେବ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। କିନ୍ତୁ ଯେଉଁ ବାଟ ଦେଇ ଦେବଦେବୀ ଚନ୍ଦନ ଚକଡ଼ାକୁ ବିଜେ କରିବେ ଓ ନରେନ୍ଦ୍ର ପୁଷ୍କରିଣୀକୁ ଯିବେ, ସେହି ରାସ୍ତାକୁ ଖୋଳି ଦିଆଯାଇଛି। ଏଭଳି ସ୍ଥିତିରେ ଠାକୁର କିଭଳି ଶ୍ରୀମନ୍ଦିରରୁ ବାହାରିବେ, ଶ୍ରୀମନ୍ଦିରରୁ ଚନ୍ଦନ ଚକଡ଼ାକୁ ଯିବେ, ତାହା ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe