ପୁରୀ : ଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ର ଭାବେ ପରିଗଣିତ। ନବକଳେବର ସମୟରେ ଏଠାରେ କୋଟିଏରୁ ଅଧିକ ଟଙ୍କା ବ୍ୟୟରେ ୧୬ ଶଯ୍ୟା ବିଶିଷ୍ଟ ଏକ ନୂଆ ୱାର୍ଡ ଖୋଲାଯାଇଥିଲା। ନବକଳେବର ସମୟରେ ଏହି ନୂଆ କୋଠା ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।
ଯେଉଁଥିରେ ମହିଳା ୱାର୍ଡ , ପୁରୁଷ ୱାର୍ଡ ସହ ସମ୍ମିଳନୀ କକ୍ଷ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିଲା। ପାଇଖାନା ସାଙ୍ଗକୁ ଅତ୍ୟାଧୁନିକ ବ୍ୟବସ୍ଥା ବି ରହିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କୋଠାର କାମ ସାରି ନବକଳେବର ଠାରୁ ଡାକ୍ତରଖାନା କର୍ତୃପକ୍ଷଙ୍କୁ ହସ୍ତାନ୍ତର କରି ସାରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ଦିନ ଠାରୁ ଏଠାରେ ତାଲା ଝୁଲୁଛି। କେବଳ ଲୋକ ଦେଖାଣିଆ ଭାବେ ଏହି ୱାର୍ଡକୁ ଉଦ୍ଘାଟନ କରି ଦିଆଯାଇଛି। ଯେଉଁଠି ରୋଗୀ ସେବା ମିଳିବା କଥା ସେଠି ଡାକ୍ତରଖାନା ଷ୍ଟୋର୍ ରୁମ୍ ଖୋଲିଛି। ରୋଗୀଙ୍କ ବଦଳରେ ଏହା ଡାକ୍ତରଖାନା କର୍ମଚାରୀଙ୍କ ବ୍ୟକ୍ତିଗତ ବ୍ୟବହାରରେ ଲାଗୁଛି।
ଦୁଇ ମହଲା ବିଶିଷ୍ଟ ଏହି କୋଠାର ଉପର ମହଲା ଡାକ୍ତରଖାନାର ଷ୍ଟୋର୍ ରୁମ ପାଲଟିଛି। ପେଟି ପେଟି ଔଷଧ ଏଠାରେ ଗଦା ହୋଇଛି। ଏ ପଟେ କିନ୍ତୁ ରୋଗୀ ଡାକ୍ତରଖାନାରେ ସେବା ନପାଇ କଲବଲ ହେଉଛନ୍ତି। ସାମାନ୍ୟ ଖଣ୍ଡିଆଖାବରା ହେଲେ ପୁରୀ କିମ୍ବା ଭୁବନେଶ୍ୱରକୁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି। ସେପଟେ ପରିଛନ୍ନତା କଥା ନକହିବା ଭଲ। ଏହି ୱାର୍ଡ ଅପରିଷ୍କାର ପରିବେଶ ଭିତରେ ଭରି ରହିଛି। ନିମ୍ନମାନର କାମ ଯୋଗୁ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେଲାଣି। ଶୌଚାଳୟ ବି ବ୍ୟବହାର ଉପଯୋଗ୍ୟ ହୋଇ ରହିନାହିଁ। ଏହି ୱାର୍ଡରେ ଏବେ ଲୁହାରଡ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଗଦା କରି ରଖାଯାଇଛି। ଯାହା ସରକାରଙ୍କ ୫-ଟିର ସ୍ୱଚ୍ଛ ଶାସନକୁ ପରିହାସ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/medical-chandnpur.jpg)