ଚାନ୍ଦବାଲି: ପୁଣି ଜଣେ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ କରୋନାରେ ଆକ୍ରାନ୍ତ ବୋଲି ନିଜେ ସୂଚନା ଦେଛନ୍ତି। ବିଧାୟକ ବ୍ୟୋମକେଶ ରାୟ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇ ଲେଖିଛନ୍ତି, ‘ ମୋ’ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ । କିନ୍ତୁ ଦୁଃଖିତ ଯେ ଚାନ୍ଦବାଲିର ବନ୍ୟା ପ୍ରପୀଡ଼ିତ ଲୋକଙ୍କ ସେବା କରିବାକୁ ଅକ୍ଷମ।’
କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମୁଖ ଯୋଦ୍ଧା ସାଜିଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।
/sambad/media/post_attachments/wp-content/uploads/2020/08/byo.jpg)
ସୂଚନାଯୋଗ୍ୟ ଗତକାଲି ବଡ଼ମ୍ବା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର ନିଜ ରିପୋର୍ଟ ପଜିଟିଭ୍ ଆସିଥିବା ସଂପର୍କରେ ଟୁଇଟ୍ କରିବା ସହ ତାଙ୍କ ପରିବାରବର୍ଗ ଓ ଅନ୍ୟ କର୍ମଚାରୀମାନଙ୍କ ସ୍ବାବ୍ ରିପୋର୍ଟ ନେଗେଟିଭ୍ ଆସିଥିବା ଦର୍ଶାଇଥିଲେ। ତାଙ୍କ ଡ୍ରାଇଭର କରୋନା ସଂକ୍ରମିତ ହେବାପରେ ବିଧାୟକ ଶ୍ରୀ ମିଶ୍ର ଆଇସୋଲେସନ୍ରେ ରହିଥିଲେ। ତାଙ୍କଠାରେ କୌଣସି ଲକ୍ଷଣ ନଥିଲେ ବି ମଧୁମେହ ରୋଗୀ ହୋଇଥିବାରୁ ଡାକ୍ତରଙ୍କ ପରାମର୍ଶରେ ସେ ହୋମ ଆଇସୋଲେସନ୍ରେ ରହିଥିଲେ। ସ୍ବାବ୍ ପରୀକ୍ଷା ପରେ ପଜିଟିଭ୍ ଥିବା ଜଣାପଡ଼ିଥିଲେ।